କନକ ବ୍ୟୁରୋ: ଛତିଶଗଡ଼ ଗରିଆବନ୍ଧରେ ମାଓ ଏନକାଉଂଟର ଘଟଣା । ଗତକାଲି ସୁରକ୍ଷାକର୍ମୀଙ୍କ ଗୁଳିରେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ମୋଡେମ୍ ବାଲକ୍ରୀଷ୍ଣାଙ୍କ ସମେତ ୧୦ ମାଓବାଦୀ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ହେଲିକପ୍ଟର ଯୋଗେ ଗରିଆବନ୍ଧ ଆରଓକୁ ଅଣାଯାଇଛି । ଏହାସହ ନକ୍ସଲମାନେ ବ୍ୟବହାର କରୁଥିବା ଏକେ ୪୭, ଏସ.ଏଲ.ଆର. ରାଇଫ୍, ଇନସାସ୍ ରାଇଫଲ, ପିସ୍ତଲ ଇତ୍ୟାଦି ଜବତ ହୋଇଛି । ନିପାତ ହୋଇଥିବା ନକ୍ସଲଙ୍କ ମଧ୍ୟରେ ୬ ଜଣ ପୁରୁଷ ଏବଂ ୪ ଜଣ ମହିଳା ଅଛନ୍ତି । ଛତିଶଗଡ଼, ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ସରକାର ସେମାନଙ୍କ ସମସ୍ତଙ୍କ ଉପରେ ୩ କୋଟି ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ପୋଷ୍ଟମର୍ଟମ ପାଇଁ ସେମାନଙ୍କୁ ରାୟପୁର ନିଆଯିବ ।
ଛତିଶଗଡ଼ ଗରିଆବନ୍ଧରେ ମାଓ ଏନକାଉଣ୍ଟର ଘଟଣା: ହେଲିକପ୍ଚରରେ ଗରିଆବନ୍ଧକୁ ଆସିଲା ୧୦ ମାଓବାଦୀଙ୍କ ମୃତଦେହ
ଗତକାଲି ସୁରକ୍ଷାକର୍ମୀଙ୍କ ଗୁଳିରେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ମୋଡେମ୍ ବାଲକ୍ରୀଷ୍ଣାଙ୍କ ସମେତ ୧୦ ମାଓବାଦୀ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ହେଲିକପ୍ଟର ଯୋଗେ ଗରିଆବନ୍ଧ ଆରଓକୁ ଅଣାଯାଇଛି ।
/kanak/media/media_files/2025/09/12/maoists-2025-09-12-18-01-57.jpg)