କନକ ବ୍ୟୁରୋ : ଥାନାରେ ହାଜର ହେଲେ ବବି ଇସଲାମ। ଅଭିନେତା ମନୋଜ ମିଶ୍ରଙ୍କ ଅଭିଯୋଗ ଆଧାରରେ ଦ୍ଵିତୀୟ ଥର ପାଇଁ ଚନ୍ଦ୍ରଶେଖରପୁର ଥାନାରେ ହାଜର ହୋଇଛନ୍ତି ନିର୍ଦ୍ଦେଶକ ବବି ଇସଲାମ। ହେଲେ ଆସୁ ନାହାଁନ୍ତି ମନୋଜ ମିଶ୍ର। ମନୋଜଙ୍କୁ ରାଣ୍ଡୀ ପୁଅ ଅନନ୍ତା କହିବା ପରେ, ଥାନାରେ ଅଭିଯୋଗ କରିଥିଲେ ମନୋଜ। ଆପୋଷ ବୁଝାମଣା ପାଇଁ ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ଆସିବାକୁ କହିଥିଲା। ମନୋଜଙ୍କୁ ଯୋଗାଯୋଗ କରାଯାଇଥିଲେ ବି ସେ ଆସୁନାହାଁନ୍ତି । ଏପଟେ, ମନୋଜଙ୍କ ଗ୍ୟାଙ୍ଗ ଧମକାଉଥିବା ନେଇ ଗତକାଲି ଦରଘା ବଜାର ଥାନାରେ ଅଭିଯୋଗ କରିଥିଲେ ବବି ଇସଲାମ। ତେବେ ଆଜି ଏହି ଆରୋପ ପ୍ରତ୍ୟାରୋପର ସମାଧାନ ହୋଇପାରେ ବୋଲି ଆଶା କରାଯାଉଥିଲା। ହେଲେ ମନୋଜ ଆସି ନଥିବାରୁ ତାହା ହୋଇପାରି ନାହିଁ।
ଥାନାରେ ହାଜର ହେଲେ ବବି ଇସଲାମ, ହେଲେ ଆସୁନାହାଁନ୍ତି ମନୋଜ ମିଶ୍ର । ଆପୋଷ ବୁଝାମଣା ପାଇଁ ଡାକିଥିଲା ପୋଲିସ
Advertisment
Follow Us