କନକ ବ୍ୟୁରୋ: ଗିରଫ ହେଲେ ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ । ଦୀର୍ଘ ସମୟ ଅଟକ ରଖି ଜେରା ପରେ ଗିରଫ । ଯାଜପୁର ଜିଲ୍ଲା ଦୌରା ଜଜଙ୍କ ପାଖରେ ଭବ ପ୍ରସାଦ ଦାସଙ୍କୁ ହାଜର କଲା ପୋଲିସ । ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟ ଛକ ଗୁଡିକରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ । କଢ଼ା ସୁରକ୍ଷାରେ ଭବ ପ୍ରସାଦ ଦାସଙ୍କୁ ଅଣାଯାଉଥିବା ବେଳେ ଅପ୍ରୀତିକର ପରିସ୍ଥିତିକୁ ମୁକାବିଲା ପାଇଁ ମୁଖ୍ୟ ଛକ ଗୁଡିକରେ ପୋଲିସ ମୁତୟନ ରହିଛି। ବିରଜା ହାଟ ବିବାଦକୁ ନେଇ ଭବ ପ୍ରସାଦଙ୍କ ବିରୋଧରେ ୪ଟି ମାମଲା ହୋଇଥିଲା। ଏହାପରେ ଗତକାଲି ବିଳମ୍ବିତ ରାତିରେ ଭବପ୍ରସାଦଙ୍କୁ ଉଠାଇ ନେଇଥିଲା କଳିଙ୍ଗ ନଗର ପୋଲିସ। ଅନେକ ସମୟ ପଚରା ଉଚୁରା ପରେ ତାଙ୍କୁ ଗିରଫ କରାଯାଇଛି। ବିରଜା ହାଟରେ ବସୁଥିବା ବେପାରୀଙ୍କୁ ଧମକାଉଥିବା ଅଭିଯୋଗ ହୋଇଥିଲା ଭବ ପ୍ରସାଦଙ୍କ ନାଁରେ।
ଗିରଫ ହେଲେ ବବି ଦାସଙ୍କ ଭବ ପ୍ରସାଦ ଦାସ ଭାଇ: ଗିରଫ ପରେ ଯାଜପୁର ଏସଡ଼ିଜିଏମଙ୍କ ସରକାରୀ ବାସଭବନରେ ହାଜର
ଗିରଫ ହେଲେ ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ । ଦୀର୍ଘ ସମୟ ଅଟକ ରଖି ଜେରା ପରେ ଗିରଫ । ଯାଜପୁର ଜିଲ୍ଲା ଦୌରା ଜଜଙ୍କ ପାଖରେ ଭବ ପ୍ରସାଦ ଦାସଙ୍କୁ ହାଜର କଲା ପୋଲିସ ।
/kanak/media/media_files/2024/11/23/W1pSZlQ5yCG1HCi6yzb8.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)