କନକ ବ୍ୟୁରୋ: ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଜହ୍ନିକୁଦା ଘାଟ ନିକଟରୁ ସକାଳ ୮ଟାରେ ଯାତ୍ରୀବାହୀ ଡଙ୍ଗା ଛାଡିଥିଲା । ଡଙ୍ଗାରେ ୨୫ ଜଣ ଯାତ୍ରୀଙ୍କ ସମେତ ୧୦ଟି ବାଇକ୍ ରହିଛି । ମଏସା ଗାଁ ନିକଟ ଚିଲିକା ମଝିରେ ଡଙ୍ଗାଟି ଫସିଯାଇଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗାଟି ଫସିଯାଇଥିବା ଜଣାପଡ଼ିଛି । ତେବେ ଚିଲିକାରେ ଏଭଳି ଘଟଣା ନୂଆ ନୁହେଁ। ପୂର୍ବରୁ ବାରମ୍ବାର ଏଭଳି ଘଟଣା ଘଟୁଥିବାର ଖବର ଆସୁଛି । କିନ୍ତୁ ଏଥିପାଇଁ ଡଙ୍ଗା ମାଲିକଙ୍କର ନିଘା ନଥିବାରୁ ଯାତ୍ରୀ ହଟହଟା ହେଉଛନ୍ତି।
ମଝି ଚିଲିକାରେ ଫସିଲା ଡଙ୍ଗା ; ଡଙ୍ଗାରେ ଫସିଛନ୍ତି ୨୫ ଯାତ୍ରୀ
ମଝି ଚିଲିକାରେ ପୁଣି ଫସିଲା ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଯାତ୍ରିବାହୀ ଡଙ୍ଗା ଅଟକି ରହିଥିବା ସୂଚନା । ୨୫ ଯାତ୍ରୀ ଓ ୧୦ ବାଇକ୍ ନେଇ ସକାଳ ୮ଟାରେ ଜହ୍ନିକୁଦା ଘାଟରୁ ଆରମ୍ଭ କରିଥିଲା ଯାତ୍ରା ।
/kanak/media/media_files/2025/01/05/vkwIhzbQL0szdpDFrHQR.webp)