ଅଶାନ୍ତ ସମୁଦ୍ରରେ ଫସିଲା ବୋଟ୍, ମେରାଇନ ପୋଲିସର ଉଦ୍ଧାର ଉଦ୍ୟମ ଜାରି

Advertisment

ଅଶାନ୍ତ ସମୁଦ୍ରରେ ଫସିଲା ମାଛଧରା ବୋଟ୍। ନେହେରୁ ବଙ୍ଗଳା ମୁହାଣରେ ବିରାଟ ଅଘଟଣରୁ ବର୍ତ୍ତିଲା ଦୁଇଟି ମାଛଧରା ବୋଟ

ଅଶାନ୍ତ ସମୁଦ୍ରରେ ଫସିଲା ମାଛଧରା ବୋଟ୍। ନେହେରୁ ବଙ୍ଗଳା ମୁହାଣରେ ବିରାଟ ଅଘଟଣରୁ ବର୍ତ୍ତିଲା ଦୁଇଟି ମାଛଧରା ବୋଟ

boat

କନକବ୍ୟୁରୋ: ଅଶାନ୍ତ ସମୁଦ୍ରରେ ଫସିଲା ମାଛଧରା ବୋଟ୍। ନେହେରୁ ବଙ୍ଗଳା ମୁହାଣରେ ବିରାଟ ଅଘଟଣ ରୁ ବର୍ତ୍ତିଲା ଦୁଇଟି ମାଛଧରା ବୋଟ  ଗଭୀର ସମୁଦ୍ର ମଧ୍ୟରୁ ମାଛଧରି ଫେରୁଥିବା ସମୟରେ ମହାନଦୀ ମୁହାଣ ନିକଟରେ ଗୋଟିଏ ବୋଟର ଇଂଜିନ ଖରାପ ହୋଇ ଯାଇଥିଲା  ଖବର ପାଇବା ପରେ ଅନ୍ୟ ଏକ ବୋଟ ଏହି ବୋଟକୁ ଉଦ୍ଧାର କରିବାକୁ ଯାଇ ରଶି ମାଧ୍ୟମରେ ଟାଣି ଆଣୁଥିବା ସମୟରେ ବୋଟର ଫ୍ୟାନର ରଶି ଗୁଡ଼ାଇ ହୋଇଯିବା କାରଣରୁ ଦୁଇଟି ବୋଟ ଫସି ଯାଇଥିଲା 

ନିକଟରେ ପଥରବନ୍ଧ ଥିବା ଏବଂ ଅଶାନ୍ତ ସମୁଦ୍ରର ପ୍ରଖର ଲହଡିର ବୋଟ ପଥରବନ୍ଧରେ ପିଟି ହୋଇଯିବା ସମ୍ଭାବନାକୁ ଦେଖି ବୋଟର କର୍ମଚାରୀ ମାନେ ଇଣ୍ଡିଆନ କୋଷ୍ଟଗାର୍ଡ, ମେରାଇନ ପୋଲିସ ଓ ବୋଟ ମାଲିକ ମାନଙ୍କୁ ସହଯୋଗ ମାଗିଥିଲେ  ଖବର ପାଇବା ପରେ ଇଣ୍ଡିଆନ କୋଷ୍ଟଗାର୍ଡ ଓ ମେରାଇନ ପୋଲିସର ଦୁଇଟି ଡ଼କବୋଟ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି 

ଅଶାନ୍ତ ସମୁଦ୍ରର ପ୍ରଖର ଲହଡି କାରଣରୁ ବୋଟରେ ରହିଥିବା ୧୩ ଜଣ ଷ୍ଟାଫ ଭୟଭୀତ ହୋଇପଡିଛନ୍ତି  ପାରାଦୀପ ବନ୍ଦରର ଦୁଇଟି ଟଗବୋଟ ପାଖାପାଖି ଏକଘଣ୍ଟା ହେବ ଉଦ୍ଧାର କାର୍ଯ୍ୟ ରେ ଲାଗି ରହିଛନ୍ତି  ଧର୍ମଶାକ୍ଷୀ -୨ ମାଛଧରି ଆସୁଥିବା ସମୟରେ ଇଞ୍ଜିନ ଖରାପ ହୋଇଥିବା ବେଳେ ଧର୍ମଶାକ୍ଷୀ -୩ ଉଦ୍ଧାର କରିବାକୁ ଯାଇଥିବା ବେଳେ ଫସି ରହିଥିବା ବୋଟର ମାଲିକ କହିଛନ୍ତି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe