କନକବ୍ୟୁରୋ : ରାସ୍ତାକଡ଼ ଖାଦ୍ୟ ବ୍ୟବସାୟୀ ପାଇଁ ନୂଆ ଗାଇଡଲାଇନ୍ । ରାସ୍ତାକଡରେ ବିକ୍ରି ହେଉଥିବା ପାଟି ସୁଆଦିଆ ଖାଦ୍ୟ ପାଇଁ ନୂଆ ନିୟମାବଳି ଆଣିଛି ଭୁବନେଶ୍ବର ମହାନଗର ନିଗମ ।
ସ୍ୱଚ୍ଛ ଓ ପରିସ୍କାର ବାତାବରଣ ସହ ଖାଦ୍ୟ ପରଷିବାବେଳେ ନିର୍ଦ୍ଧିଷ୍ଟ ନିୟମ ପାଳନ କରିବାକୁ କହିଛି ବିଏମ୍ସି । ପ୍ରତ୍ୟେକ ଖାଦ୍ୟ ବ୍ୟବସାୟୀଙ୍କ ପାଇଁ ଅନୁମୋଦନ ପତ୍ର ବା ଫୁଡ୍ ଲାଇସେନ୍ସ ବାଧ୍ୟତାମୂଳକ କରିଛି ବିଏମସି ।
ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ବିଏମ୍ସି ପକ୍ଷରୁ ଏଭଳି ଗାଇଡଲାଇନ୍ ଅଣାଯାଇଛି । ବିଶେଷ କରି ଚାହା ଦୋକନ, ଟିଫିନ୍ ଷ୍ଟଲଙ୍କ ପାଇଁ ଓ୍ୱାନ୍ ଟାଇମ୍ ୟୁଜ୍ ବା ଏକକ ବ୍ୟବହାର ପାତ୍ର ଚା କପ୍ ପ୍ଲେଟ୍ ଆଦି ବ୍ୟବହାର ନକରିବାକୁ କହିଛି ବିଏମ୍ସି ।
ଜାଣନ୍ତୁ ଜାରି ହୋଇଥିବା ନିୟମ
ଚା’ କପ୍ କୁ ନାଁ
ଖାଦ୍ୟ ବ୍ୟବସାୟ ପାଇଁ ଅନୁମୋଦନ ପତ୍ର ବାଧ୍ୟତାମୂଳକ
ସ୍ୱାସ୍ଥ୍ୟରକ୍ଷା ପ୍ରତି ଗୁରୁତ୍ବ
ଏକକ ବ୍ୟବହାର କପ୍ରେ ଚା’ ପରଷିବାକୁ ବାରଣ
ଖାଦ୍ୟ ପରଷିବାବେଳେ ମୁଣ୍ଡରେ ସ୍କାର୍ଫ, ମୁହଁରେ ମାସ୍କ, ହାତରେ ଗ୍ଲୋବସ୍ ପିନ୍ଧିବାକୁ ନିର୍ଦ୍ଦେଶ
ଖାଦ୍ୟ ପରଷିବା ପାଇଁ ଷ୍ଟିଲ୍ ବା ପୁନଃ ଉପଯୋଗ ଗିନା, କପ୍, ଥାଳି, ପ୍ଲେଟ୍ ବ୍ୟବହାର
ଏକକ ବ୍ୟବହାର ପାତ୍ର, ପ୍ଲେଟ୍, କପ୍ରେ ଖାଦ୍ୟ ପରଷିବା ନେଇ ବାରଣ
ଖାଦ୍ୟ ଥାଳିରେ ଅଏଲ୍ ପେପର ପକାଇ ଖାଦ୍ୟ ପରଷିବାକୁ ବାରଣ
ଖାଦ୍ୟଦ୍ରବ୍ୟକୁ ଘୋଡ଼ାଇ ରଖିବାକୁ ପରାମର୍ଶ
ବାସନ ଧୋଇବା ପାଇଁ ସ୍ୱସ୍ଥ ପାଣିର ବ୍ୟବହାର ପାଇଁ ନିର୍ଦ୍ଦେଶ
ପରିଚ୍ଛନ୍ନତା ରଖିବାକୁ ଅଭ୍ୟାସ
ଓଦା, ଶୁଖିଲା ଆବର୍ଜନା ପାଇଁ ଷ୍ଟଲ ଆଗରେ ଦୁଇଟି ଡଷ୍ଟବିନ୍ ରଖିବାକୁ ପରାମର୍ଶ
ଏକ୍ସପାଏରୀ ଖାଦ୍ୟ ଷ୍ଟଲରେ ନରଖିବାକୁ ନିର୍ଦ୍ଦେଶ
ଦୋକାନ ଭିତର ଓ ଚାରିପାଖ ପରିସ୍କାର ରଖିବାକୁ ପରାମର୍ଶ
ଦୋକାନରେ ଭିଡ଼ ପରିଚାଳନା କରିବାକୁ ନିର୍ଦ୍ଦେଶ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/QAC6TcV35Fv4mS3wk9oL.jpg)