BMC Photograph: (KANAK NEWS)
କନକ ବ୍ୟୁରୋ : ହୋର୍ଡିଂ ଅଘଟଣ ପରେ ବିଏମ୍ସିର ଚେତା ପଶିଛି। ସହରରେ ମାସେ ଭିତରେ ବେଆଇନ ହୋର୍ଡିଂ ସବୁ ହଟାଯିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଆଗକୁ ହୋର୍ଡିଂ ଲଗାଇବା ପାଇଁ ମଧ୍ୟ କଡ଼ା ନିୟମ ଆଣିଛି ବିଏମ୍ସି । ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଯିଏ ଯେଉଁଠି ବି ହୋର୍ଡିଂ ଲଗାଇବ ଏଣିକି ବିଏମ୍ସି ଠାରୁ ନେବାକୁ ପଡ଼ିବ ଅନୁମତି । ହୋର୍ଡିଂ ଲଗାଇବା ଆଗରୁ ଷ୍ଟ୍ରକ୍ଚରାଲ୍ ସାର୍ଟିଫିକେଟ ଏବଂ ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ବାଧ୍ୟତାମୂଳକ। ନହେଲେ କଟାଯିବ ହୋର୍ଡିଂ । ତା ଛଡ଼ା ଘରୋଇ ଅନୁଷ୍ଠାନ କିମ୍ବା କୌଣସି ବ୍ୟକ୍ତି ନିଜ ଘର ଉପରେ ହୋର୍ଡିଂ ଲଗାଇ ପାରିବେନି। ଏନେଇ କଡ଼ା ଚେତାବନୀ ଦେଇଛି ବିଏମ୍ସି। ଏଜେନ୍ସିଙ୍କ ଠାରୁ ପଇସା ନେଇ ମନଇଚ୍ଛା ଘର ଉପରେ ହୋର୍ଡିଂ ଲଗାଯାଉଛି। ତୁରନ୍ତ ସେ ସବୁ ହୋର୍ଡିଂ ହଟାଇବାକୁ ଅଭିଯାନ ଆରମ୍ଭ ହୋଇଛି। ଏଭଳି ହୋର୍ଡିଂ ନଜରକୁ ଆସିଲେ ଜଣାଇବା ଲାଗି ଜନସାଧାରଣଙ୍କୁ ଅନୁରୋଧ କରିଛି ବିଏମ୍ସି ।
ଏପଟେ ରାଜଧାନୀରେ ଅଘଟଣ ପରେ ସିଏମ୍ସି ମଧ୍ୟ ସଜାଗ ହୋଇଛି। କଟକରେ ଥିବା ବିଭିନ୍ନ ହୋର୍ଡିଂର ସ୍ଥିତି ଯାଞ୍ଚ କରିଛନ୍ତି ସିଏମ୍ସି ମେୟର ଏବଂ କମିସନର। ପ୍ରାଥମିକ ପର୍ଯ୍ୟାୟରେ ବେଆଇନ ଏବଂ ଅସୁରକ୍ଷିତ ହୋର୍ଡିଂ ଚିହ୍ନଟ କରାଯାଇଛି। ସେ ସବୁକୁ ଶୀଘ୍ର ଭଙ୍ଗାଯିବ ବୋଲି କମିସନର କହିଛନ୍ତି । କାହିଁକି ଅଘଟଣ ପରେ ପଶୁଛି ଚେତା? ଆଗୁଆ କାହିଁକି ସଜାଗ ହେଉନି ପ୍ରଶାସନ? ଏଭଳି ତଦାରଖ ଆଗରୁ ହୋଇଥିଲେ ହୁଏତ ଦୁଇଟି ଅମୂଲ୍ୟ ଜୀବନ ବଞ୍ଚିଯାଇଥାନ୍ତା ।
ଅଧିକ ପଢ଼ନ୍ତୁ---ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ନକଲି ମଦ ; ଚାଲିଛି ଲୋକଙ୍କ ଜୀବନ ସହ ଖେଳ
Follow Us