Photograph: (KANAKNEWS)
କନକବ୍ୟୁରୋ : ମହାରାଷ୍ଟ୍ର ପୌର ନିର୍ବାଚନରେ ମହାୟୁତିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଆଜି ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ଧନ୍ୟବାଦ ଜଣାଇଛନ୍ତି । ଫଡ଼ନାବିସ କହିଛନ୍ତି, ପୌର ନିର୍ବାଚନରେ ବିଜେପିକୁ ବିଶାଳ ବିଜୟ ଦେଇଥିବାରୁ ପ୍ରଥମେ ମୁଁ ମହାରାଷ୍ଟ୍ରର ଲୋକଙ୍କୁ ଧନ୍ୟବାଦ ଜଣାଉଛି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ଅଧୀନରେ ବିକାଶ ଲକ୍ଷ୍ୟ ରଖି ଆମେ ଏହି ନିର୍ବାଚନ ଲଢ଼ିଛୁ ।
ଟ୍ବେଣ୍ଟି-୨୦ କ୍ରିକେଟରେ ନୂଆ ପ୍ରୟୋଗ : ଡେଜିଗନେଟେଡ୍ ବ୍ୟାଟର ଓ ଡେଜିଗନେଟେଡ୍ ଫିଲ୍ଡର
ତେଣୁ ଏହି ନିର୍ବାଚନରେ ଆମକୁ ରେକର୍ଡ ସୃଷ୍ଟିକାରୀ ମତଦାନ ମିଳିଛି । ଏହି ଫଳାଫଳ ଏହା ସ୍ପଷ୍ଟ କରିଦେଉଛି ଯେ ମହାରାଷ୍ଟ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଧିକ ବିଶ୍ବାସ କରୁଛି । ବିଜେପି ଏବଂ ମହାୟୁତିକୁ ମହାରାଷ୍ଟ୍ରରେ ୨୫ ମେୟର ମିଳିବେ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ମୁମ୍ବାଇ ସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚି ଦଳୀୟ କର୍ମୀମାନଙ୍କୁ ଉଦ୍ବୋଧନ ଦେଇଛନ୍ତି ।
କର୍ମୀମାନେ ନିର୍ବାଚନ ପୂର୍ବରୁ ଯେଉଁ ଉଦ୍ୟମ ଦେଖାଇଥିଲେ ସେଥିପାଇଁ ସେ ଶୁଭେଚ୍ଛା ଜଣାଇଛନ୍ତି । ମହାୟୁତି ମେଣ୍ଟ ଉପରେ ବିଶ୍ବାସ ଦେଖାଇଥିବାରୁ ଏଥିପାଇଁ ସେ ମହାରାଷ୍ଟ୍ର ଲୋକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ମେଣ୍ଟର ପ୍ରଦର୍ଶନକୁ ପ୍ରଶଂସା କରି ସେ କହିଛନ୍ତି, ମହାୟୁତିର ପତାକା ଆଜିଠାରୁ ମୁମ୍ବାଇରେ ଉଚ୍ଚରେ ଉଡ଼ିବ । ମହାରାଷ୍ଟ୍ରରେ ବିଜୟ ପାଇଁ ଫଡ଼ନାବିସ ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହ, ନିତିନ ନବୀନ ଏବଂ ନୀତିନ ଗଡ଼କରୀଙ୍କ ସମେତ ଦଳର ଶୀର୍ଷ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମେୟର ନିର୍ବାଚିତ ହେବାପରେ ମହାୟୁତି ଏକ ବଡ଼ ଉତ୍ସବର ଆୟୋଜନ କରିବ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ମଧ୍ୟ ଆଜି ରାଜ୍ୟ ବିଜେପି ସଭାପତି ରବୀନ୍ଦ୍ର ଚୌହାନଙ୍କୁ ଫୋନ୍ କରି ନିର୍ବାଚନ ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଚୌହ୍ବାନଙ୍କ ନିଷ୍ଠାପର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଫଡ଼ନାବିସ ଚୌହାନଙ୍କୁ କହିଛନ୍ତି, ଅନ୍ୟ ସମସ୍ତ ବିଜୟ ଅପେକ୍ଷା ବିଏମ୍ସି ବିଜୟ ସବୁଠାରୁ ଭିନ୍ନ ସ୍ବାଦ ପ୍ରଦାନ କରିଛି ।
Follow Us