କନକ ବ୍ୟୁରୋ: ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି କୁକୁର ଗଣନା । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜିଠାରୁ ବିଭିନ୍ନ ୱାର୍ଡ ଏବଂ ଗଳିକନ୍ଦିରେ କୁକୁର ଗଣନା ଆରମ୍ଭ ହୋଇଛି । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କୁକୁର ଗଣନା କାର୍ଯ୍ୟକ୍ରମ । ବିଭିନ୍ନ ଜୋନ୍, ଓ୍ୱାର୍ଡ ଏବଂ ଓ୍ୱାର୍ଡରେ ଥିବା ପ୍ରତ୍ୟେକ ଗଳି ପାଇଁ ଗଠନ ହୋଇଛି ଟିମ୍ । ଦକ୍ଷ ପ୍ରାଣୀ ଚିକିତ୍ସକଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, ଏସ୍ଏମ୍ଟିଏ, ଡିଇଓ, ସିଓ, ଓ୍ୱାର୍ଡ ଅଫିସର ପ୍ରମୁଖ ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି ।
ଏକକାଳୀନ ୪୧୦ଟି ଟିମ୍ ଭୁବନେଶ୍ୱରର ୬୭ଟି ୱାର୍ଡର ବିଭିନ୍ନ ଗଳିକନ୍ଦିରେ ୧୦ଦିନ ପର୍ଯ୍ୟନ୍ତ କୁକୁର ଗଣାଯିବ। କୁକୁର କାମୁଡ଼ା ମାମଲା କମାଇବା ସହ ରୋଗ ସଂକ୍ରମଣ ରୋକିବା ଏବଂ ସଡ଼କ ଦୁର୍ଘଟଣା ଉପରେ ରୋକ୍ ଲଗାଇବା ଏହି କୁକୁର ଗଣନାର ମୁଖ୍ୟ ଉଦ୍ଦେଶ୍ୟ । ଏହାକୁ ଛାଡି ଭୁବନେଶ୍ୱରରେ କୁକୁରଙ୍କ ଘନତ୍ୱ ଜାଣିବା, ଏକ ସ୍ଥାୟୀ କୁକୁର ସଂଖ୍ୟା ପରିଚାଳନା କାର୍ଯ୍ୟକ୍ରମ ବିକଶିତ କରିବା, ମଣିଷ ଏବଂ ଖୋଲାରେ ବୁଲୁଥିବା କୁକୁରମାନଙ୍କ ମଧ୍ୟରେ ସଂଘର୍ଷ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି ।
କୁକୁର ଗଣନାର ମୁଖ୍ୟ ଉଦ୍ଦେଶ୍ୟ
-କୁକୁର କାମୁଡ଼ିବା ହ୍ରାସ କରିବା
-ରୋଗ ସଂକ୍ରମଣ ରୋକିବା
-ସଡ଼କ ଦୁର୍ଘଟଣା, ପରିବେଶ ପ୍ରଦୂଷଣ ହ୍ରାସ
-କୁକୁର ସଂଖ୍ୟାର ଘନତ୍ୱକୁ ଜାଣିବା
-ମଣିଷ ଏବଂ କୁକୁରଙ୍କ ମଧ୍ୟରେ ସଂଘର୍ଷ ହ୍ରାସ
-ବୁଲା କୁକୁରମାନଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣରେ ଉନ୍ନତି
-କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମର ପ୍ରବର୍ତ୍ତନ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/18/bmc-dog-2025-09-18-07-28-48.jpg)