ଦେବାଳିଆ ହେବ କି ବିଏମସି ? ଫିକ୍ସଡ୍ ଡିପୋଜିଟ ଭାଙ୍ଗିବ ବିଏମସି

Advertisment

ଭୋଟ ହାତେଇବା ପାଇଁ ନିର୍ବାଚନବେଳେ ହାତ ଖୋଲା ଖର୍ଚ୍ଚ କରିଛି ବିଏମସି । ଅଧା ପନ୍ତରିଆ ପଡିଛି ପ୍ରକଳ୍ପ । ଆକାଉଣ୍ଟରେ ଆଉ ନାହିଁ ଟଙ୍କା । ସ୍ଥାୟୀ ଜମା ଭାଙ୍ଗି ଚଳିବାକୁ ଯୋଜନା କରୁଛନ୍ତି ମେୟର ଓ କମିଶନର ।

ଭୋଟ ହାତେଇବା ପାଇଁ ନିର୍ବାଚନବେଳେ ହାତ ଖୋଲା ଖର୍ଚ୍ଚ କରିଛି ବିଏମସି । ଅଧା ପନ୍ତରିଆ ପଡିଛି ପ୍ରକଳ୍ପ । ଆକାଉଣ୍ଟରେ ଆଉ ନାହିଁ ଟଙ୍କା । ସ୍ଥାୟୀ ଜମା ଭାଙ୍ଗି ଚଳିବାକୁ ଯୋଜନା କରୁଛନ୍ତି ମେୟର ଓ କମିଶନର ।

vlcsnap-2024-10-31-19h46m21s232

କନକ ବ୍ୟୁରୋ: ରାଜ୍ୟର ରାଜଧାନୀ ଭୁବନେଶ୍ବରର ୬୭ଟି ୱାର୍ଡକୁ ନେଇ ଗଠିତ ଭୁବନେଶ୍ବର ମହାନଗର ନିଗମ । ସହରର ବିକାଶ, ବର୍ଯ୍ୟବସ୍ତୁ ପରିଚାଳନା ଭଳି ପ୍ରମୁଖ କାର୍ଯ୍ୟ  ବିଏମସିର ପ୍ରମୁଖ ଦାୟିତ୍ବ । ହେଲେ, ଏବେ ସେହିସବୁ କାର୍ୟ୍ୟ କରିବା ପାଇଁ ବିଏମସିକୁ ଘାରିଛି ଅର୍ଥ ଚିନ୍ତା । 
 
ନିର୍ବାଚନ ସମୟରେ ହାତ ଖୋଲା ଖର୍ଚ୍ଚ କଲା ବିଏମସି । ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଉନ୍ନତିମୂଳକ କାମରେ ଅଗ୍ରୀମ ଖର୍ଚ୍ଚ କରିଚାଲିଲା । ସୁଚନା ଅନୁସାରେ ନିଜ ପାଣ୍ଠିରୁ ମୁକ୍ତା, କଚ୍ଚାପକ୍କା, ଉନ୍ନତି ଆଦି ପ୍ରକଳ୍ପରେ ୨୦୦ ରୁ ୩୦୦ କୋଟି ପର୍ୟ୍ୟନ୍ତ ଖର୍ଚ୍ଚ କରିଛି । ନିର୍ବାଚନ ବର୍ଷରେ ଆକଳନଠାରୁ ବିଏମସି ଅଧିକ ଖର୍ଚ୍ଚ କରିଛି । ହେଲେ ସରକାର ବଦଳିବା ପରେ ନିଜର ବକେୟା ଅର୍ଥ ନପାଇ ହାତ ଖାଲି କରି ବସିଛି । ଅଧା ପ୍ରକଳ୍ପର କାମ ସରିବା ଉପରେ, ଆଉ ଅଧା ପକଳ୍ପ ଅଧପନ୍ତରିଆ ହୋଇ ପଡ଼ିଛି । ହେଲେ ବିଏମସି ହାତ ଖାଲି । ପରିସ୍ଥିତି ଏମିତି ହୋଇଛି, ବିଏମସି ତାର ଫିକ୍ସ ଡ଼ିପୋଜିଟ ଭାଙ୍ଗିବାକୁ ଯୋଜନା କରୁଛି ।

ସେପଟେ କେଉଁ ପ୍ରକଳ୍ପରେ କେତେ ଖର୍ଚ୍ଚ ହୋଇଛି ତାର ହିସାବ ମାଗି ମେୟରଙ୍କୁ ଘେରିଛନ୍ତି କର୍ପୋରେଟର । କେଉଁ କାରଣରୁ ଆକଳନ ବାହାରେ ଖର୍ଚ୍ଚ ହେଲା ? କେତେ ଟଙ୍କା ଆସିଥିଲା କେତେ ଟଙ୍କା ଅଗ୍ରୀମ ଖର୍ଚ୍ଚ ହୋଇଛି ?  ହିସାବ ମାଗି ହଟ୍ଟଗୋଳ କରିଛନ୍ତି । ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, କେଉଁ ବାଟରେ ଟଙ୍କା ଖର୍ଚ୍ଚ ହୋଇଛି ତାର ରିର୍ପୋଟ ମିଳିବା ପରେ ତଦନ୍ତ ହେବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe