ବିଏମସି ଅଫିସ ଘେରିଲେ ସଫେଇ କର୍ମଚାରୀ ; ସହଦେବଙ୍କୁ ନ୍ୟାୟ ଦେବାକୁ କଲେ ଦାବି

ରାଜଧାନୀରେ ସଫେଇ ମଜଦୁର ସଙ୍ଘର ସମ୍ପାଦକ ସହଦେଵ ନାୟକ ହତ୍ୟା ଘଟଣା। ବିଏମସି ଅଫିସ ଆଗରେ ମୁନିସିପାଲିଟି ସଫେଇ ମଜଦୂର ସଙ୍ଘର ଧାରଣା । ୩ ଦଫା ଦାବି ନେଇ ଧାରଣାରେ ଶତାଧିକ ସଫେଇ କର୍ମଚାରୀ ।

39କକ

କନକ ବ୍ୟୁରୋ: ରାଜଧାନୀରେ ସଫେଇ ମଜଦୁର ସଙ୍ଘର ସମ୍ପାଦକ ସହଦେଵ ନାୟକ ହତ୍ୟା ମାମଲା । ନ୍ୟାୟ ଦାବିରେ ଆଜି ବି ଆନ୍ଦୋଳନରେ ସଫେଇ କର୍ମଚାରୀ । ବିଏମସି ଅଫିସ ଆଗରେ ଭୁବନେଶ୍ୱର ମୁନିସିପାଲିଟି ସଫେଇ ମଜଦୂର ସଙ୍ଘର ଧାରଣା । ୩ ଦଫା ଦାବି ନେଇ ଧାରଣା ଦେଲେ ଶତାଧିକ ସଫେଇ କର୍ମଚାରୀ । ଦୁଇ ଦିନ ହେଲାଣି ଭୁବନେଶ୍ୱରରେ ବୁଲିଣି ଝାଡୁ ଓ ଉଠିନି ଅଳିଆ । ହତ୍ୟା ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଦାବିରେ ଅଟଳ ସଫେଇ କର୍ମୀ। 

ବୁଧବାର ସକାଳୁ ଝିଅକୁ ସ୍କୁଲ ଛାଡି ଫେରିବାବେଳେ ସହଦେବଙ୍କୁ ବୀଭତ୍ସ ଭାବେ କରାଯାଇଥିଲା ହତ୍ୟା। କେଦାରପଲ୍ଲି ବସ୍ତିରେ ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସହଦେବଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପତ୍ନୀ ଆଣିଛନ୍ତି ଅଭିଯୋଗ। ଘଟଣାରେ ୩ ଜଣଙ୍କୁ ଗିରଫ କରି ଗତକାଲି ସିନ୍ ରିକ୍ରିଏସନ୍ କରିଥିଲା କମିସନରେଟ୍ ପୋଲିସ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe