କନକ ବ୍ୟୁରୋ: ଭୁବନେଶ୍ୱରରେ ଗଣେଶ ପୂଜା ବିସର୍ଜନ ପାଇଁ ବିଏମସି ଜାରି କଲା ଗାଇଡଲାଇନ। ଇକୋ ଫ୍ରେଣ୍ଡଲି ଭାବେ ବିସର୍ଜନ ପାଇଁ ନିୟମାବଳୀ ଜାରି । ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀରେ ଦୁଇଟି ଜାଗା ଚି଼ହ୍ନଟ କରାଯାଇଛି। ଟଙ୍କପାଣି ବ୍ରିଜ ଓ ଦୟାନଦୀ କୁଳରେ ବିସର୍ଜନ ପାଇଁ ବିଏମସି ତରଫରୁ ଆୟୋଜନ ହୋଇଛି । 

Advertisment

ଅନ୍ୟପଟେ ଯେଉଁମାନେ ଚାହିଁବେ ବିସର୍ଜନ ପାଇଁ ନିକଟସ୍ଥ ବିଏମସି କଲ୍ୟାଣ ମଣ୍ଡପରେ ମୂର୍ତ୍ତି ଦେଇପାରିବେ । ସେହି ମୂର୍ତ୍ତିକୁ ବିଏମସି କରିବ ବିସର୍ଜନ ଏନେଇ ମଧ୍ୟ ଗାଇଡଲାଇନ ଜାରି ହୋଇଛି । ମୂର୍ତ୍ତିକୁ ଆଣି  ସମ୍ମାନର ସହ ଧାର୍ମିକ ଭାବନାକୁ ସମ୍ମାନ ଦେଇ ଗଣେଶ ମୂର୍ତ୍ତିକୁ ସଠିକ ଭାବେ ଯଥା ସ୍ଥାନରେ ରଖିବେ । ଏହାର ତଦାରଖ କରିବେ ଡେପୁଟି କମିଶନର । ଗାଡି ମାଧ୍ୟମରେ ବିସର୍ଜନ ସ୍ଥଳରେ ମୂର୍ତ୍ତି ପହଞ୍ଚାଇବା ପାଇଁ ଗାଡିର ବ୍ୟବସ୍ଥା କରାଯିବ । ଯଦି ଏହି କାର୍ଯ୍ୟରେ  ଆବଶ୍ୟକ ସ୍ଥଳେ ଶ୍ରମିକ ଦରକାର  ଏନଜିଓ ମାଧ୍ୟମରେ ବ୍ୟବସ୍ଥା କରାଯିବ। ରାଜଧାନୀରେ ୮ ଟି କଲ୍ୟାଣ ମଣ୍ଡପରେ ମୂର୍ତ୍ତି ହସ୍ତାନ୍ତର ପାଇଁ କଲ୍ୟାଣ ମଣ୍ଡପ ଲିଷ୍ଟ ଜାରି କରାଯାଇଛି।