କନକ ବ୍ୟୁରୋ : ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ । ବିଏମସି କାର୍ୟ୍ୟାଳୟର ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ବିଜେପିର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯାଇଛି । ଜଗନ୍ନାଥ ପ୍ରଧାନ ଡିସିପି ଅଫିସରେ ପହଂଚିବା ପରେ ପୁଲିସ ତାଙ୍କୁ ଗିରଫ କରିଛି । ଗିରଫ୍ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଂଚ କରାଯାଇ ତାଙ୍କୁ ଝାରପଡା ଜେଲକୁ ପଠାଇଦିଆଯିବ । ଜଗନ୍ନାଥ ପ୍ରଧାନଙ୍କୁ ମିଶାଇ ଏହି ମାମଲାରେ ଗିରଫ ସଂଖ୍ୟା ୬ ରେ ପହଞ୍ଚିଛି । 

Advertisment

ସେପଟେ ଜଗନ୍ନାଥ ପ୍ରଧାନଙ୍କ ଗିରଫ ହେବା ଜାଣିବା ପରେ ତୁରନ୍ତ ଓଏଏସ୍ ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିଛି । ସଂଘର ଦାବି ପୂରଣ ହୋଇଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । 

ଅନ୍ୟପେଟ ଜଗନ୍ନାଥ ପ୍ରଧାନଙ୍କ ଗିରଫ ପରେ ପୂରା ରାଜଧାନୀ ଅଶାନ୍ତ ହୋଇପଡିଛି । ବିଜେପି କର୍ମୀ ଓ ଜଗନ୍ନାଥ ପ୍ରଧାନଙ୍କ ବ୍ୟକ୍ତିଗତ ସମର୍ଥକମାନେ ରାଜରାସ୍ତାରେ ଧାରଣାରେ ବସିଛନ୍ତି । ଜଗନ୍ନାଥ ପ୍ରଧାନ ନିର୍ଦ୍ଦୋଷ ଓ ତାଙ୍କ ବିରୋଧରେ ଯୋଜନା କରାଯାଇ ତାଙ୍କୁ ଗିରଫ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।