କନକ ବ୍ୟୁରୋ; ବଦଳିବ ବେଳାଭୂମିର ଭିତ୍ତିଭୂମି । ନୂଆ ରୂପ ନେବ ଗୋପାଳପୁର ଓ ସୋନାପୁର । ଏଥିପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ । ଗୋପାଳପୁର ବ୍ଲୁ ଫ୍ଲାଗ ବିଚ୍ ଲାଗି ଟେଣ୍ଡର ଆହ୍ୱାନ ହୋଇଥିଲା ବେଳେ ସୋନାପୁର ବେଳାଭୂମିର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ । ଟେଣ୍ଡର ଆହ୍ୱାନ, ସିଆରଜେ ଅନୁମତିକୁ ଅପେକ୍ଷା। ଦକ୍ଷିଣଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଗୋପାଳପୁର ବେଳାଭୂମିର ସ୍ୱତନ୍ତ୍ର ସ୍ଥାନ ରହିଛି । ଖାଲି ବ୍ରହ୍ମପୁର କାହିଁକି, ଜିଲ୍ଲା ଓ ଜିଲ୍ଲା ବାହାର ଲୋକଙ୍କ ପାଇଁ ଏ ବେଳାଭୂମି ହେଉଛି ଆନନ୍ଦ ଓ ବିଷାଦର ସାଥୀ । ଯାହାକୁ ମିଳିଛି ବ୍ଲୁ ଫ୍ଲାଗ୍ ବିଚ ମାନ୍ୟତା ।
- ପ୍ରାୟ ୩୩ କୋଟି ଟଙ୍କାରେ ହେବ ପ୍ରାରମ୍ଭିକ ଉନ୍ନୟନ
- ଟେଣ୍ଡର୍ ଡାକିଲେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ
- ରହିବ କାଠ ପୋଲ, ଓପନ ଡେକ୍, ୱାଚ୍ ଟାୱାର, ଶୌଚାଳୟ, ଚେଞ୍ଜିଙ୍ଗ ରୁମ୍
- ପିଲାଙ୍କ ଖେଳିବା ସାମଗ୍ରୀ ସହ ଶହେ ଦୋକାନ ଘର ନିର୍ମାଣ
- ପାର୍କିଂ ପାଇଁ ସୁବିଧା ସହ ସିସିଟିଭି ନଜରରେ ରହିବ ବେଳାଭୂମି
ସେପଟେ ସୋନାପୁର ବେଳାଭୂମି ପାଇଁ ପ୍ରସ୍ତୁତ ହୋଇଛି ମାଷ୍ଟରପ୍ଲାନ । ଜିଲ୍ଲାପାଳ ଓ ଚିକିଟି ବିଧାୟକଙ୍କ ଉପସ୍ଥିତିରେ ଏହାର ଉଚ୍ଚସ୍ତରୀୟ ସମୀକ୍ଷା କରାଯାଇଛି ।
- ସମୁଦ୍ରପାଣିରେ ମିଳିବ ଦୁଃସାହସିକ ଜଳକ୍ରୀଡ଼ାର ମଜା
- ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଲାଗି ଖର୍ଚ୍ଚ ହେବ ୨.୮୮ କୋଟି ଟଙ୍କା
- ବେଳାଭୂମିରେ କରାଯିବ ଇକୋ-ରିଟ୍ରିଟ୍
- ମିଳିବ ସରଫିଙ୍ଗ, କାୟାକିଙ୍ଗ, ସ୍କୁବା ଡ୍ରାଇଭିଂ ଓ ସ୍ନୋରକେଲିଂ ସୁବିଧା
ବେଳାଭୂମି ପର୍ଯ୍ୟଟନକୁ ଗୁରୁତ୍ୱ ଦେଉଛନ୍ତି ସରକାର। ଫଳରେ ବିସ୍ତୀର୍ଣ୍ଣ ସମୁଦ୍ରକୂଳ ଅର୍ଥନୀତିର ନୂଆ ଠିକଣା ହୋଇପାରିବ।
ପର୍ଯ୍ୟଟନକୁ ବଳ ଦେବ ବ୍ଲୁ ଫ୍ଲାଗ୍ ବିଚ୍, ନୂଆ ରୂପରେ ସଜେଇ ହେବ ବେଳାଭୂମି
ଗୋପାଳପୁର ପାଇଁ ପ୍ରସ୍ତୁତ ହେଉଛି ମାଷ୍ଟରପ୍ଲାନ୍ । ୩୩ କୋଟି ଟଙ୍କାରେ ହେବ ପ୍ରାରମ୍ଭିକ ଉନ୍ନୟନ
/kanak/media/media_files/2025/09/13/beach-2025-09-13-19-39-09.jpg)