କନକ ବ୍ୟୁରୋ :ପୁରୀ ଶ୍ରୀମନ୍ଦିର ଭିତର କାଠ ନିକଟରେ ପଡିଛି ରକ୍ତଛିଟା । ଶ୍ରୀମନ୍ଦିର ପରମ୍ପରା ବିଧି ଅନୁସାରେ ଯଦି ଗର୍ଭ ଗୃହ ବା ଭିତର କାଠ ନିକଟରେ ଯଦି ରକ୍ତ ଛିଟା ପଡେ ତେବେ ମହାପ୍ରଭୁଙ୍କ ବଡ ମହାସ୍ନାନ ଅନୁଷ୍ଠିତ ହେବ । ଆଜି ଦୈନିକ ନୀତି ସମୟରେ ମହାପ୍ରଭୁଙ୍କ ସେବାୟତ ଭିତରକାଠ ସମ୍ମୁଖରେ ରକ୍ତ ଛିଟା ଦେଖିବାକୁ ପାଇଥିଲେ । ଏହା ପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ବଡ ମାହାସ୍ନାନ । ନିୟମ ଅନୁସାରେ କିଛି ଘଣ୍ଟା ପାଇଁ ଦର୍ଶନ ବନ୍ଦ ରହିଥିଲା । ବଡ ମହାସ୍ନାନ ପରେ ପୁଣି ସ୍ୱାଭାବିକ ହୋଇଛି ଦର୍ଶନ । ତେବେ ଏହି ରକ୍ତ ଛିଟା ଶ୍ରଦ୍ଧାଳୁ ନା ସେବାୟତଙ୍କ କ୍ଷତ ଯୋଗୁଁ ପଡିଛି ସେ ବିଷୟରେ ଶ୍ରୀମନ୍ଦିର ପ୍ରଶାସନ କିଛି ସୂଚନା ଦେଇନାହାନ୍ତି ।
ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତଛିଟା ;ମହାପ୍ରଭୁଙ୍କ ହେଲା ବଡ଼ ମହାସ୍ନାନ
ପୁରୀ ଶ୍ରୀମନ୍ଦିର ଭିତର କାଠ ନିକଟରେ ପଡିଛି ରକ୍ତଛିଟା । ଶ୍ରୀମନ୍ଦିର ପରମ୍ପରା ବିଧି ଅନୁସାରେ ଯଦି ଗର୍ଭ ଗୃହ ବା ଭିତର କାଠ ନିକଟରେ ଯଦି ରକ୍ତ ଛିଟା ପଡେ ତେବେ ମହାପ୍ରଭୁଙ୍କ ବଡ ମହାସ୍ନାନ ଅନୁଷ୍ଠିତ ହେବ । ଆଜି ଦୈନିକ ନୀତି ସମୟରେ ମହାପ୍ରଭୁଙ୍କ ସେବାୟତ ଭିତରକାଠ ସମ୍ମୁଖରେ ରକ୍ତ ଛିଟା ଦେଖିବାକୁ ପାଇଥିଲେ ।
/kanak/media/media_files/2025/02/16/CcAAwU9gBrT60g7iAeu2.jpg)