କନକ ବ୍ୟୁରୋ : ୨୦ ତାରିଖରେ  କାଂସବାହାଲସ୍ଥ ଡିଏଭି ପବ୍ଲିକ୍ ସ୍କୁଲରେ ' ରାଉରକେଲା ଆର୍ ଜି ଏଚ୍ ' ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରୁ ମୋଟ୍ ୩୪ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ଜ୍ଝ ଶ୍ରୀ ଅଜୟ କୁମାର ସିହ୍ନା ଡି ଜି ଏମ୍ , ହେଡ୍ ଏଚ୍ ଆର ଆଣ୍ଡ ଆଇ ଆର ଏଲ୍ ଏଣ୍ଡ ଟି କାଂସବାହାଲ ୱାର୍କ୍ସ  ଶିବିରଟିକୁ  ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସିଏଚସି ଏଲ୍‌ ଆଣ୍ଡ ଟି ବରିଷ୍ଠ ମେଡ଼ିକାଲ ଅଫିସର ଡା.ବିକାଶ ପାତ୍ର, ଇଏସଆଇ କାଂସବାହାଲର ବରିଷ୍ଠ ମେଡ଼ିକାଲ ଅଫିସର ଡା. ସରିତା କୁଜୁର ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିରରେ ସେମାନଙ୍କର ମୂଲ୍ୟବାନ ସମୟ ଏବଂ ସେବା ଦାନ କରିଥିଲେ, ଯାହା ଆଖପାଖ ଅଞ୍ଚଳରେ ଏକ ସକାରାତ୍ମକ ଏବଂ ପ୍ରେରଣାଦାୟକ ପରିବେଶ ସୃଷ୍ଟି କରିଥିଲା । ଅଭିଭାବକ, ଛାତ୍ରଛାତ୍ରୀ, କିଛି ପୂର୍ବତନ ଛାତ୍ର ଏବଂ କର୍ମଚାରୀମାନେ ମଧ୍ୟ ଶିବିରରେ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ । ସ୍କୁଲରେ ଦ୍ଵିତୀୟ ଥର ଶିବିର ଆୟୋଜନ କରାଯାଇଥିବାରୁ ଅଧ୍ୟକ୍ଷା ଶ୍ରୀମତୀ ରୀନା ମହାପାତ୍ରଙ୍କୁ ସମସ୍ତେ ସାଧୁବାଦ ଦେଇଥିଲେ । ଅଧ୍ୟକ୍ଷା ଶ୍ରୀମତୀ ରୀନା ମହାପାତ୍ର ଖୁବ୍ ଅଳ୍ପ ସମୟ ମଧ୍ୟରେ ଏହି ଶିବିର ଆୟୋଜନ କରାଯାଇଥିବାରୁ ସ୍କୁଲର ଶିକ୍ଷକ ହରିହର ମହାପାତ୍ର ଓ ବ୍ରଜକିଶୋର ପ୍ରଧାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଜ୍ଝ ଶିବିରରେ ହରିହର ମହାପାତ୍ର , ଶଶିକାନ୍ତ ସାହୁ,ସେଖ୍ ମୁଜିବୁର ରେହେମାନ, ସନ୍ଧ୍ୟା ପଟ୍ଟନାୟକ, ଅନନ୍ୟା ବିଶ୍ଵକର୍ମା , ଫିରୋଜ ସାହୁ, ସୌମ୍ୟ ରଞ୍ଜନ ବିଶ୍ଵାଳ, ସୁଧାଂଶୁ କୁମାର ନାୟକ ପ୍ରମୁଖ ରକ୍ତଦାନ କରିଥିଲେ । ଆର ଜି ଏଚ୍  ରକ୍ତଭଣ୍ଡାର ର ସଦସ୍ୟମାନେ ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲେ ଜ୍ଝ ସ୍କୁଲର ଶିକ୍ଷକ ଦୀନବନ୍ଧୁ ମେହେରଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ ଜ୍ଝ  ଏହି ରକ୍ତଦାନ କାର୍ଯ୍ୟକ୍ରମଟି  ଡି.ଏ.ଭି ଓଡ଼ିଶାର ଆଞ୍ଚଳିକ ନିର୍ଦ୍ଦେଶକ  ଶ୍ରୀଯୁକ୍ତ କେଶବ ଚନ୍ଦ୍ର ଶତପଥୀ ଏବଂ ଡି.ଏ.ଭି ଓଡ଼ିଶା ଜୋନ୍ 'ଏ'ର ଆଞ୍ଚଳିକ ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ପ୍ରଧାନଙ୍କ ମାର୍ଗଦର୍ଶନରେ ଏବଂ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରୀନା ମହାପାତ୍ରଙ୍କ ତତ୍ତ୍ୱାବଧାନରେ  ସଫଳ ହୋଇଥିଲା । ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଏବଂ ଅଣଶିକ୍ଷକ କର୍ମଚାରୀ ଏବଂ ସମସ୍ତ ଅଭିଭାବକଙ୍କ ଅଂଶଗ୍ରହଣ ଉଲ୍ଲେଖନୀୟ ଥିଲା ।  ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରୀନା ମହାପାତ୍ର, ଆର ଜି ଏଚ୍  ରାଉରକେଲା ରକ୍ତ ଭଣ୍ଡାରର ସଦସ୍ୟଗଣ , ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ସମସ୍ତ କର୍ମକର୍ତ୍ତା ତଥା କାଂସବାହାଲବାସୀଙ୍କ ସହଯୋଗରେ ଆଜିର କାର୍ଯ୍ୟକ୍ରମଟି  ସଫଳ ହୋଇଥିଲା ।
 

Advertisment