କନକ ବ୍ୟୁରୋ : ଚୌହାର, ମଙ୍ଗୁଳିସ୍ଥିତ ଜନସେବକ ହସ୍ପିଟାଲ ପକ୍ଷରୁ ଏକ ସେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ହସପିଟାଲର ମୁଖ୍ୟ ଡା ଅକତର ହୋସେନ୍ ଖାନ୍‌ଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ  ସ୍ଥାନୀୟ ୩୫ଜଣ ଯୁବକ ଯୁବତୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ଓ କଟକ ରେଡ଼କ୍ରସ୍ ରକ୍ତ ଭଣ୍ଡାରର କର୍ମକର୍ତ୍ତାମାନେ ରକ୍ତ ସଂଗ୍ରହ କରିଥିଲେ  ।  ତା ଦୀପକ ସ୍ବାଇଁ, ଡା ବିପ୍ଳବୀ ଦାସ, ସୀତାରା ବେଗମ୍, ସେକ୍ ରେହାନ୍, ରଫିକ୍ ଖାନ୍, ସଫିକ୍ ଖାନ୍, ଇଦ୍ରିଶ ବେପ୍ଟ, ଶୁଭାଶିଷ ସାହୁ ପ୍ରମୁଖ ଶିବିର ପରିଚଳନା କରିଥିଲେ  ।