କନକ ବ୍ୟୁରୋ : ଗିରଫ ହୋଇଥିବା ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲୋହୋତ୍ରା ଆସିଥିଲେ ପୁରୀ । ସେ ନିଜ ଇନ୍‌ଷ୍ଟା ଆଇଡିରେ ପୁରୀ ଆସିବା ସମୟର ଫଟୋ ଏବଂ ଭିଡିଓ ମଧ୍ୟ ସେୟାର କରିଛନ୍ତି । ସେ ୨୯ ସେପ୍ଟେମ୍ବର ୨୦୨୪ରେ ପୁରୀ ଆସିଥିଲେ । ଭାରତର ଗୁପ୍ତ ସାମରିକ ସୂଚନା ପାକିସ୍ତାନକୁ ପଠାଇବା ଅଭିଯୋଗରେ ସୁରକ୍ଷା ଏଜେନ୍ସି ହରିୟାଣାର ହିସାରରୁ ମହିଳା ୟୁଟ୍ୟୁବର ଜ୍ୟୋତିଙ୍କୁ ଗିରଫ କରିଛି । ଭାରତରେ ରହି ଶତ୍ରୁଦେଶକୁ ବିକ୍ରି କରୁଥିଲେ ଗୁପ୍ତ ତଥ୍ୟ । ISI ସହ ମଧ୍ୟ ସେ ଯୋଗାଯୋଗରେ ଅଛନ୍ତି । ଜ୍ୟୋତିଙ୍କ ସମେତ ଆଉ ୬ ଜଣଙ୍କୁ ଗିରଫ କରିଛି ପୁଲିସ । ତେବେ ସୋସିଆଲ୍‌ ମିଡିଆରେ ନିଜକୁ ଏମିତି ପରିବେଷଣ କରୁଥିବା ଜ୍ୟୋତି ହୋଉଛନ୍ତି ଜଣେ ପାକିସ୍ତାନୀ ସ୍ପାଏ । 

Advertisment

ଏହି ମାମଲାରେ ଜ୍ୟୋତି ରାଣୀଙ୍କୁ ପଚରାଉଚରା ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇଛି । ଜେରା ସମୟରେ ଜ୍ୟୋତି ରାଣୀ କହିଥିଲେ ଯେ ମୁଁ ୨୦୨୩ ମସିହାରେ ପାକିସ୍ତାନ ଭିସା ପାଇଁ ଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିସନକୁ ଯାଇଥିଲି । ସେଠାରେ ମୁଁ ଅହସାନ-ଉର-ରହିମ ଓରଫ ଦାନିଶକୁ ଭେଟିଥିଲି । ମୁଁ ଦାନିଶର ମୋବାଇଲ୍ ନମ୍ବର ନେଇଥିଲି,ଏହା ପରେ ମୁଁ ତାଙ୍କ ସହିତ କଥାବାର୍ତ୍ତା ଆରମ୍ଭ କଲି । ସେ ଭିସା କରାଇବା ପରେ ମୁଁ ଦୁଇଥର ପାକିସ୍ତାନ ଯାତ୍ରା କଲି । ଦାନିଶଙ୍କ କହିବା ଅନୁସାରେ, ମୁଁ ତାଙ୍କ ପରିଚିତ ଅଲି ଅହୱାନଙ୍କୁ ଭେଟିଲି, ଯିଏ କି ମୋର ରହିବା ଏବଂ ବୁଲାବୁଲି କରିବାର ବ୍ୟବସ୍ଥା କରିଥିଲେ । ଏହା ପରେ ଅଲି ଅହୱାନ ପାକିସ୍ତାନୀ ସୁରକ୍ଷା ଏବଂ ଗୁଇନ୍ଦା ଅଧିକାରୀଙ୍କ ସହ ମୋର ସାକ୍ଷାତ ବ୍ୟବସ୍ଥା କରିଥିଲେ । ତାଙ୍କୁ ଦେଖା କରିବା ପରେ ମୁଁ ଭାରତକୁ ଫେରି ଆସିଲି ।