କନକ ବ୍ୟୁରୋ : ଟ୍ବିନ୍‌ ସିଟିରେ ପୁଣି ଜୋରଦାର ହୋଇଛି ଗାଡ଼ି ଚେକିଂ । ବିଭିନ୍ନ ସ୍ଥାନରେ ବ୍ଳକିଂ କରିବା ସହ ଗାଡ଼ି ଯାଞ୍ଚ କରୁଛି କମିଶନରେଟ ପୋଲିସ । ଏହି ସ୍ପେଶାଲ ଡ୍ରାଇଭରେ ବିଶେଷ କରି ଗାଡ଼ିରେ କଳା କାଚ, ବିକଟାଳ ହର୍ନ, ମୋଡିଫାଏଡ୍‌ ସାଇଲେନ୍ସରକୁ ଯାଞ୍ଚ କରାଯାଉଛି । ସେହିପରି ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଡ୍ରାଇଭିଂ ଲାଇସେନ୍ସ ଜବତ କରୁଛି ପୋଲିସ । ଟ୍ରାଫିକ ନିୟମ ଉଲଂଘନ କରୁଥିବା ଚାଳକଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯାଉଛି । ଆଟିଓ ଏବଂ କମିଶନରେଟ ପୋଲିସ ପକ୍ଷରୁ ମିଳିତ ଭାବେ ଏହି ଚେକିଂ କରାଯାଉଛି । ସୋମବାର ରାତିରେ ୧୯ଟି ଗାଡ଼ି ସିଜ୍‌ କରାଯାଇଥିବା ବେଳେ ୯୫ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି । ଆଗକୁ ଏହି ଚେକିଂ ଆହୁରି କଡାକଡି କରାଯିବ।