କନକ ବ୍ୟୁରୋ : ନବୀନଙ୍କୁ ଭେଟିଲେ ବିଭିନ୍ନ ବ୍ଲକର ଚେୟାରମ୍ୟାନ । ରାଜ୍ୟର ପ୍ରାୟ ପଚାଶରୁ ଅଧିକ ପଞ୍ଚାୟତ ସମିତିର ଚେୟାରମ୍ୟାନ ମାନେ ଆଜି ନବୀନ ନିବାସ ଠାରେ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପଞ୍ଚାୟତର ନିର୍ବାଚିତ ପ୍ରତିନଧିମାନଙ୍କ ପ୍ରଶାସନିକ ଓ ଆର୍ଥିକ କ୍ଷମତା ସଂକୋଚନ ପାଇଁ ରାଜ୍ୟ ସରକାରଙ୍କ ଅଗଣତାନ୍ତ୍ରିକ ନିଷ୍ପତ୍ତି ବିରୁଦ୍ଧରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଏହି ଅଗଣତାନ୍ତ୍ରିକ ନିଷ୍ପତ୍ତିରେ ନିନ୍ଦା କରିଥିଲେ ଏବଂ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ବିଜେଡିର ଲଢ଼େଇ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ । ବର୍ତ୍ତମାନ ଏ ବିଷୟ ମାନ୍ୟବର ହାଇକୋର୍ଟଙ୍କ ବିଚରାଧୀନ ରହିଛି । ଆବଶ୍ୟକ ପଡ଼ିଲେ ବିଜେଡି ଏଥିପାଇଁ ସୁପ୍ରିମକୋର୍ଟ ଯିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରତିନିଧି ଦଳଙ୍କୁ କହିଥିଲେ । ଆଲୋଚନା ସମୟରେ ବିଧାୟକ ଶ୍ରୀ ସାରଦା ଜେନା, ଶ୍ରୀ ନବ ମଲ୍ଲିକ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ପୂର୍ବତନ ବିଧାୟକ ବିଧାୟକ ସର୍ବଶ୍ରୀ ଉମା ସାମନ୍ତରାୟ, ପ୍ରଶାନ୍ତ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/12/naveen-patnaik-2025-10-12-08-21-18.jpg)