ଦୃଷ୍ଟିବାଧିତ ମା'ଙ୍କ ପିଲା ଚୋରି,  ଦେଢ ବର୍ଷର  ନାବାଳକକୁ ମାଆ କୋଳରୁ କିଏ ଉଠାଇ ନେଇଥିବା ଅଭିଯୋଗ

Advertisment

ରାମ ମନ୍ଦିର ସମ୍ମୁଖରୁ ରାତିରେ ଦେଢ ବର୍ଷର ନାବାଳକକୁ ମା' କୋଳରୁ ଉଠାଇ ନେଇଥିବା ଅଭିଯୋଗ । ଥାନାରେ ଏତଲା ପରେ କମିସନରେଟ ପୋଲିସର ତନାଘନା ।

ରାମ ମନ୍ଦିର ସମ୍ମୁଖରୁ ରାତିରେ ଦେଢ ବର୍ଷର ନାବାଳକକୁ ମା' କୋଳରୁ ଉଠାଇ ନେଇଥିବା ଅଭିଯୋଗ । ଥାନାରେ ଏତଲା ପରେ କମିସନରେଟ ପୋଲିସର ତନାଘନା ।

ମାଆ କୋଳରୁ ଛୁଆ ଚୋରି

ମାଆ କୋଳରୁ ଛୁଆ ଚୋରି Photograph: (kanakNews)

କନକ ବ୍ୟୁରୋ:  ଦୃଷ୍ଟିହୀନ ଭିକ୍ଷୁକ ମହିଳାଙ୍କ ଶିଶୁ ନିଖୋଜ । ନିଖୋଜ ନେଇ ଖାରବେଳେନଗର ଥାନାରେ ଦ୍ୱାରସ୍ଥ ହେଲେ ମହିଳା । ରାମ ମନ୍ଦିର ସାମ୍ନାରେ ଶୋଇଥିବା ବେଳେ, ରାତି ୨ଟା ବେଳେ ଶିଶୁପୁତ୍ରଟି କେଉଁଆଡେ ନିଖୋଜ ହୋଇଯାଇଥିବା ଜଣାପଡିଛି । ଅସହାୟ ମହିଳାଙ୍କ ପୁତ୍ରକୁ ଖୋଜିବାକୁ ଛାନ୍‌ଭିନ୍‌ ଆରମ୍ଭ କରିଛି ପୋଲିସ ।

ଘଟଣାସ୍ଥଳରେ ପହଁଚିଛି ପୋଲିସ । ତେବେ ନିଖୋଜ ପିଲାର ମା' ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ ପିଲାକୁ କିଏ ନେଇଯାଇଥିବା ତାଙ୍କ ମା' ଅଭିଯୋଗ ଆଣିଛନ୍ତି । ଏପରିକି କିଛିଟଙ୍କା ପାଇଁ କେହି ତାଙ୍କ ପିଲାର ଅଙ୍ଗ ତସ୍କରି ପାଇଁ କିଡ୍‌ନାପ କରିଥିବା କଥା କହିଛନ୍ତି ପିଲାର ମା' ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe