ବିସ୍ଫୋରଣରେ ଥରିଲା ଦିଲ୍ଲୀ: ଆଲର୍ଟ ମୋଡ଼ରେ ଦେଶର ରାଜଧାନୀ, ରହିଛି କି ଆତଙ୍କୀ ଷଡ଼ଯନ୍ତ୍ର?

Advertisment

ଦିଲ୍ଲୀରେ ବିସ୍ଫୋରଣ । ସିସିଟିଭିରେ କଏଦ ହେଲା ଦୃଶ୍ୟ । ଦିଲ୍ଲୀର ସିଆରପିଏଫ ସ୍କୁଲ ନିକଟରେ ହୋଇଥିବା ବିସ୍ଫୋରଣରେ କିଛି ସମୟ ପାଇଁ ସେଠାରେ ଆତଙ୍କ ଖେଳିଯାଇଥିଲା ।

ଦିଲ୍ଲୀରେ ବିସ୍ଫୋରଣ । ସିସିଟିଭିରେ କଏଦ ହେଲା ଦୃଶ୍ୟ । ଦିଲ୍ଲୀର ସିଆରପିଏଫ ସ୍କୁଲ ନିକଟରେ ହୋଇଥିବା ବିସ୍ଫୋରଣରେ କିଛି ସମୟ ପାଇଁ ସେଠାରେ ଆତଙ୍କ ଖେଳିଯାଇଥିଲା ।

wdwd

କନକ ବ୍ୟୁରୋ: ଦିଲ୍ଲୀରେ ବିସ୍ଫୋରଣ । ସିସିଟିଭିରେ କଏଦ ହେଲା ଦୃଶ୍ୟ । ଦିଲ୍ଲୀର ସିଆରପିଏଫ ସ୍କୁଲ ନିକଟରେ ହୋଇଥିବା ବିସ୍ଫୋରଣରେ କିଛି ସମୟ ପାଇଁ ସେଠାରେ ଆତଙ୍କ ଖେଳିଯାଇଥିଲା । ବିସ୍ଫୋରଣ ପଛର ଉଦ୍ଦେଶ୍ୟ କଣ ସେ ନେଇ ତଦନ୍ତ ଆରମ୍ଭ କରିଛି ସ୍ପୋଶାଲ ସେଲ ଓ ଅନ୍ୟ ତଦନ୍ତକାରୀ ସଂସ୍ଥା ।

ରବିବାର ସକାଳୁ ଦେଶର ରାଜଧାନୀରେ ବଡ଼ ବିସ୍ଫୋରଣ, ଆକ୍ସନ ମୋଡରେ ଦିଲ୍ଲୀ ପୁଲିସ ସମେତ ଅନ୍ୟ ଜାତୀୟ ଯାଞ୍ଚ ଏଜେନ୍ସି। ରୋହିଣୀ ଜିଲ୍ଲାର ପ୍ରଶାନ୍ତ ବିହାର ଅଞ୍ଚଳରେ ଥିବା ସିଆରପିଏଫ ସ୍କୁଲ ନିକଟରେ ବିସ୍ଫୋରଣକୁ ନେଇ ରାଜଧାନୀ ବାସୀଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି। ବିସ୍ଫୋରଣରେ ଆଖପାଖରେ ଥିବା ଦୋକାନର କାଚ ଏବଂ ଦୋକାନ ନିକଟରେ ପାର୍କିଂ ହୋଇଥିବା ଏକ କାର ନଷ୍ଟ ହୋଇଯାଇଛି। ଏହି ଅଘଟଣରେ କେହି ଆହତ ହୋଇନଥିଲେ ମଧ୍ୟ ୨କିଲୋମିଟର ପରିଧି ଯାଏ ପ୍ରଚଣ୍ଡ ଶବ୍ଦ ଶୁଣାଯାଇଛି। ଏକ୍ସପ୍ଲୋସିଭ୍ ଆକ୍ଟ ଅନୁଯାୟୀ ଦିଲ୍ଲୀ ପୁଲିସ୍ ମାମଲା ରୁଜୁ କରିଛି। ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ଏନଏସଜି ଓ ଏନଆଇଏ ଭଳି ଜାତୀୟ ତଦନ୍ତକାରୀ ସଂସ୍ଥା। ବିସ୍ଫୋରଣ ସମୟର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି। 

ବିସ୍ଫୋରଣ ପରେ ରାଜଧାନୀରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଦେଶର ରାଜଧାନୀର ସୁରକ୍ଷାର ଦାୟିତ୍ବ କେନ୍ଦ୍ର ହାତରେ ରହିଥିବା ବେଳେ ସରକାର ଦିଲ୍ଲୀରେ ୯୦ଦଶକର ମୁମ୍ବାଇ ଭଳି ସ୍ଥିତି ଉପୁଜାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଆପ୍ ସରକାରଙ୍କୁ ବଦନାମ ପାଇଁ ବିଜେପିର ଏହା ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛି ଦଳ, ସେପଟେ ବିଜେପି ଏହାର ଜବାବ ରଖିଛି। 

ଆଗକୁ ଦୀପାବଳି ଆସୁଥିବାରୁ ବଡ଼ ଅଘଟଣ ଘଟାଇବାକୁ ଏହା ଆତଙ୍କୀ ସଂଗଠନର ଷଡ଼ଯନ୍ତ୍ର ହୋଇଥାଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe