ସୁକମାରେ ବିସ୍ଫୋରଣ ଓ ନାରାୟଣପୁରରେ ଜେସିବି ଲଗାଇ ମାଓସ୍ତମ୍ଭ ଧ୍ୱଂସ କଲେ ସୁରକ୍ଷା ବାହିନୀ । ଶାହ କହିଲେ, ମାର୍ଚ୍ଚ ୩୧ ପୂର୍ବରୁ ମୂଳପୋଛ ହେବେ ମାଓବାଦୀ

Advertisment

ଛତିଶଗଡ଼ରେ ଗଡ଼ୁଛି ଗୋଟିକ ପରେ ଗୋଟିଏ ମାଓ ସ୍ତମ୍ଭ । ସୁକୁମା ଗୋଗୋଣ୍ଡା ଜମଗଲରେ ବିସ୍ଫୋରଣ କରି ଏବଂ ନାରାୟଣପୁରରେ ଜେସିବି ଲଗାଇ ବିରାଟ ମାଓ ସ୍ତମ୍ଭକୁ ଧ୍ୱଂସ କରିଛନ୍ତି ସୁରକ୍ଷା ବାହିନୀ । ମାଓବାଦୀଙ୍କ ନିପାତ ସହ ମାଓବାଦର ସବୁ ଚିହ୍ନ ଲିଭାଇ ଦେବାକୁ ପଣ କରିଛନ୍ତି ସଶସ୍ତ୍ର ଯବାନ ।

ଛତିଶଗଡ଼ରେ ଗଡ଼ୁଛି ଗୋଟିକ ପରେ ଗୋଟିଏ ମାଓ ସ୍ତମ୍ଭ । ସୁକୁମା ଗୋଗୋଣ୍ଡା ଜମଗଲରେ ବିସ୍ଫୋରଣ କରି ଏବଂ ନାରାୟଣପୁରରେ ଜେସିବି ଲଗାଇ ବିରାଟ ମାଓ ସ୍ତମ୍ଭକୁ ଧ୍ୱଂସ କରିଛନ୍ତି ସୁରକ୍ଷା ବାହିନୀ । ମାଓବାଦୀଙ୍କ ନିପାତ ସହ ମାଓବାଦର ସବୁ ଚିହ୍ନ ଲିଭାଇ ଦେବାକୁ ପଣ କରିଛନ୍ତି ସଶସ୍ତ୍ର ଯବାନ ।

A1

କନକ ବ୍ୟୁରୋ : ନକ୍ସଲ ଗଡ଼ରେ ଶାହଙ୍କ ହୁଂକାର । ଛତିଶଗଡ଼ ରାୟପୁରରେ ନକ୍ସଲ ବିରୋଧୀ ଅଭିଯାନର ସମୀକ୍ଷା କରି, ଏହା ଧାର୍ଯ୍ୟ  ତାରିଖ ଭିତରେ ସଫଳତା ପାଇବାକୁ ଯାଉଛି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମାର୍ଚ୍ଚ ୩୧ ଯେତେ ପାଖଉଛି, ସେତେ ଭୁଶୁଡ଼ୁଛି ମାଓଗଡ଼ । ଏପଟେ ଓଡ଼ିଶା ଓ ଛତିଶଗଡ଼ରେ ମାଓବାଦୀଙ୍କ ଆତ୍ମସମର୍ପଣର ଧାରା ଜାରି ରହିଛି। 

ଛତିଶଗଡ଼ରେ ଗଡ଼ୁଛି ଗୋଟିକ ପରେ ଗୋଟିଏ ମାଓ ସ୍ତମ୍ଭ । ସୁକୁମା ଗୋଗୋଣ୍ଡା ଜମଗଲରେ ବିସ୍ଫୋରଣ କରି ଏବଂ ନାରାୟଣପୁରରେ ଜେସିବି ଲଗାଇ ବିରାଟ ମାଓ ସ୍ତମ୍ଭକୁ ଧ୍ୱଂସ କରିଛନ୍ତି ସୁରକ୍ଷା ବାହିନୀ । ମାଓବାଦୀଙ୍କ ନିପାତ ସହ ମାଓବାଦର ସବୁ ଚିହ୍ନ ଲିଭାଇ ଦେବାକୁ ପଣ କରିଛନ୍ତି ସଶସ୍ତ୍ର ଯବାନ । ଆଉ ଏପଟେ ଆଜି ପୁଣି ଶୁଭିଛି ଶାହଙ୍କ ହୁଂକାର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାୟପୁରରେ ନକ୍ସଲ ବିରୋଧୀ ଅଭିଯାନର ଉଚ୍ଚସ୍ତରୀୟ ସମୀକ୍ଷା କରି ଦୋହରାଇଛନ୍ତି ମାଓମୁକ୍ତ ଭାରତର ଦମ୍ଭୋକ୍ତି । କହିଛନ୍ତି- ସୁରକ୍ଷା କୈନ୍ଦ୍ରିକ ରଣନୀତି, ଭିତ୍ତିଭୂମି, ନକ୍ସଲଙ୍କ ଆର୍ଥିକ ନେଟୱର୍କ ଉପରେ ପ୍ରହାର ଏବଂ ଆତ୍ମସମର୍ପଣ ନୀତିର ସକାରାତ୍ମକ ପରିଣାମ ଆସିଛି । ୩୧ ମାର୍ଚ୍ଚ ପୂର୍ବରୁ ନକ୍ସଲବାଦ ସମ୍ପୂର୍ଣ୍ଣ ଭାବେ ଶେଷ ହେଉଛି ।

ଅଧିକ ପଢ଼ନ୍ତୁ : ମାଓ ସଂଗଠନକୁ ବଡ଼ ଝଟକା; ଏନକାଉଣ୍ଟରରେ ୧୫ ମାଓବାଦୀ ମୃତ

 ମାର୍ଚ୍ଚ ୩୧ ପାଖେଇ ଆସୁଥିବା ବେଳେ, ଜାରି ରହିଛି ମାଓବାଦୀଙ୍କ ଆତ୍ମସମର୍ପଣ ଧାରା । ବନ୍ଧୁକ ଛାଡ଼ି ଗୋଲାପ ଓ ତ୍ରିରଙ୍ଗା ଧରୁଛନ୍ତି ବହୁ ଦୁର୍ଦ୍ଦାନ୍ତ ନକ୍ସଲ। ଦିନକ ତଳେ ରାୟଗଡ଼ାରେ ମାଓନେତା ନିଖିଲ, ତାଙ୍କ ପତ୍ନୀ ଇନ୍ଦୁଙ୍କ ସମେତ ୧୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ଗତକାଲି ସୁକୁମା ଜିଲ୍ଲାରେ ୨୧ ଓ ବିଜାପୁର ଜିଲ୍ଲାରେ ୩୦ ମାଓବାଦୀ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି । ଅନ୍ୟ ନକ୍ସଲସାଥୀଙ୍କୁ ବି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଗଣତାନ୍ତ୍ରିକ ପଦ୍ଧତିରେ ଅଧିକାର ପାଇଁ ଲଢ଼େଇ କରିବାକୁ ଆହ୍ୱାନ ଦେଇଛନ୍ତି ନିଖିଲ । ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି- ଜଙ୍ଗଲ ଭିତରେ ରହି ଲଢ଼େଇ କରିବା ସହଜ ନୁହେଁ । ଲୋକଙ୍କ ସହ ସମ୍ପର୍କ ଧୀରେଧୀରେ ଦୂରେଇ ଯାଉଛି । ସେଥିରେ ଲାଭ ନୁହେଁ, ବରଂ କ୍ଷତି ହେଉଛି।

 ଓଡ଼ିଶାରେ ଗୋଟିକ ପରେ ଗୋଟିଏ ଜିଲ୍ଲାକୁ ମାଓ ମୁକ୍ତ ଘୋଷଣା କରାଯାଉଥିବା ବେଳେ, ସାରା ଦେଶକୁ ମାଓ ମୁକ୍ତ କରିବା ଅଭିଯାନ କେତେ ସଫଳ ହେଉଛି, ତା ଉପରେ ନଜର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe