କନକ ବ୍ୟୁରୋ: ବାଣ ଭିଡିବା ବେଳେ ବିସ୍ଫୋରଣ । ବିସ୍ଫୋରଣରେ ଭାଙ୍ଗିଲା ଘର, ପରିବାରର ତିନି ଜଣ ଆହତ। ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ବାଛୁରୀପଡା ଗାଁରେ ଘଟିଛି ଏହି ଅଘଟଣ । ବେଆଇନ ବାଣ ପ୍ରସ୍ତୁତି କଲା ବେଳେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ଘରଟି ସଂପୂର୍ଣ୍ଣ ଭୁଶୁଡି ପଡ଼ିଛି । ଘଟଣାସ୍ଥଳରେ ଥିବା ପରିବାରର ଯୁବକ ଅନୀଲ ଦାସ ଗୁରୁତର ଆହତ ହୋଇଛନ୍ତି । ଅନୀଲଙ୍କ ସାନ ଭାଇ, ସ୍ତ୍ରୀ ଓ ମାଆ ମଧ୍ୟ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେପଟେ ଗୁରୁତର ଅନୀଲକୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।
ମୟୂରଭଞ୍ଜ ବେତନଟୀରେ ବାଣ ବିସ୍ଫୋରଣ: ଭାଙ୍ଗିଲା ଘର, ଗୋଟିଏ ପରିବାରର ୩ ଆହତ
ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ବାଛୁରୀପଡା ଗାଁରେ ଘଟିଛି ଏହି ଅଘଟଣ । ବେଆଇନ ବାଣ ପ୍ରସ୍ତୁତି କଲା ବେଳେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ଘରଟି ସଂପୂର୍ଣ୍ଣ ଭୁଶୁଡି ପଡ଼ିଛି ।
/kanak/media/media_files/2025/10/05/41-2025-10-05-14-29-37.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)