କନକ ବ୍ୟୁରୋ: ବାଣ ଭିଡିବା ବେଳେ ବିସ୍ଫୋରଣ । ବିସ୍ଫୋରଣରେ ଭାଙ୍ଗିଲା ଘର, ପରିବାରର ତିନି ଜଣ ଆହତ। ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ବାଛୁରୀପଡା ଗାଁରେ ଘଟିଛି ଏହି ଅଘଟଣ । ବେଆଇନ ବାଣ ପ୍ରସ୍ତୁତି କଲା ବେଳେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ଘରଟି ସଂପୂର୍ଣ୍ଣ ଭୁଶୁଡି ପଡ଼ିଛି । ଘଟଣାସ୍ଥଳରେ ଥିବା ପରିବାରର ଯୁବକ ଅନୀଲ ଦାସ ଗୁରୁତର ଆହତ ହୋଇଛନ୍ତି । ଅନୀଲଙ୍କ ସାନ ଭାଇ, ସ୍ତ୍ରୀ ଓ ମାଆ ମଧ୍ୟ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେପଟେ ଗୁରୁତର ଅନୀଲକୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।

Advertisment