କନକ ବ୍ୟୁରୋ: ମଧ୍ୟପ୍ରଦେଶ ଜବଲପୁରରେ ଥିବା ଯୁଦ୍ଧାସ୍ତ୍ର ତିଆରି କାରଖାନାରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏବେ ବି କୋଠା ତଳେ ଅନେକ ଲୋକ ଭଗ୍ନାବଶେଷରେ ପୋତି ହୋଇ ରହିଛନ୍ତି । ମିଳିଥିବା ସୂଚନା ଅନୁସାରେ ଏହି ବିସ୍ଫୋରଣରେ ଆହତଙ୍କ ମଧ୍ୟରୁ ୯ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ହସ୍ପିଟାଲ ପକ୍ଷରୁ ସେମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା ଯୋଗାଇ ଦିଆଯାଉଛି । ପୁଲିସ ଓ ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଶ୍ରମିକଙ୍କୁ ଊର୍ଦ୍ଧ୍ବାର କରିବାରେ ଲାଗିଛନ୍ତି । ତେବେ କେଉଁ କାରଣରୁ କାରଖାନାରେ ବିସ୍ଫୋରଣ ଘଟିଲା ତାହା ଜଣାପଡ଼ିନାହିଁ ।