କନକ ବ୍ୟୁରୋ: ପାକିସ୍ତାନ ଛାତିରେ ଛନକା । ପୁଣି ଏୟାରଷ୍ଟ୍ରାଇକ୍ ଭୟରେ ବ୍ଲାକଆଉଟ୍ ହୋଇଯାଇଛି ବିଭିନ୍ନ ସହର । ମଙ୍ଗଳବାର ରାତିରେ ଭାରତୀୟ ସେନାଙ୍କ କାର୍ଯ୍ୟାନୁଷ୍ଠାନ ପାକିସ୍ତାନ ଆଖିରୁ ନିଦ ଛଡ଼ାଇ ନେଇଛି । ବୁଧବାର ରାତିରେ ଦେଶରେ ଜଣାଶୁଣା ସହର ସବୁ ବ୍ଲାକଆଉଟ୍ ହୋଇଥିବା ଦେଖିବାକୁ ମିଳିଛି । ବ୍ୟସ୍ତବହୁଳ ସହର ରାୱଲପିଣ୍ଡି, ସିଆଲକୋଟ ସହର ଅନ୍ଧାରରେ ବୁଡି ରହିଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଭାରତର ଆକ୍ରମଣ ଆଶଙ୍କାରେ ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ରାୱଲପିଣ୍ଡି ଓ ସିଆଲକୋଟ ସହରବାସୀଙ୍କୁ ଗତକାଲି ସନ୍ଧ୍ୟାରେ ପ୍ରଶାସନ ପକ୍ଷରୁ ଘରର ଲାଇଟ୍ ଲିଭାଇ ଝରକା କବାଟ ବନ୍ଦ କରି ଘରେ ରହିବାକୁ ଅପିଲ୍ କରାଯାଇଥିଲା । ଅତି ଜରୁରୀ ନଥିଲେ ରାତିରେ ଘରୁ ନବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା । ଏଥିସହ ଟିଭି, ରେଡିଓ ଭଳି ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଛଡ଼ା ଗୁଜବ ଉପରେ ବିଶ୍ୱାସ ନ କରିବାକୁ ଲୋକଙ୍କୁ ସ୍ଥାନୀୟ ପ୍ରଶାସନ ଅପିଲ କରିଥିଲା । ପ୍ରଶାସନର ଅପିଲ୍ ପରେ ଲୋକ ଘର ଲାଇଟ୍ ବନ୍ଦ କରିଥିବା ବେଳେ ଷ୍ଟ୍ରିଟ୍ ଲାଇଟ ମଧ୍ୟ ଜଳିନଥିଲା । ସହରର ଅଧିକାଂଶ ଅଞ୍ଚଳ ଅନ୍ଧାରରେ ବୁଡ଼ି ରହିଥିବା ଦେଖିବାକୁ ମିଳିଛି । ସନ୍ଧ୍ୟା ୭ଟାରୁ ଭୋର ୫ଟା ଯାଏଁ ରାୱଲପିଣ୍ଡି ଓ ସିଆଲକୋଟରେ ଲାଇଟ୍ ଜଳିନଥିଲା ।
ପାକିସ୍ତାନ ଛାତିରେ ଛନକା; ଏୟାରଷ୍ଟ୍ରାଇକ୍ ଭୟରେ ବ୍ଲାକଆଉଟ୍
ପାକିସ୍ତାନ ଛାତିରେ ଛନକା । ପୁଣି ଏୟାରଷ୍ଟ୍ରାଇକ୍ ଭୟରେ ବ୍ଲାକଆଉଟ୍ ହୋଇଯାଇଛି ବିଭିନ୍ନ ସହର । ମଙ୍ଗଳବାର ରାତିରେ ଭାରତୀୟ ସେନାଙ୍କ କାର୍ଯ୍ୟାନୁଷ୍ଠାନ ପାକିସ୍ତାନ ଆଖିରୁ ନିଦ ଛଡ଼ାଇ ନେଇଛି ।
/kanak/media/media_files/2025/05/08/f7FeHBVeJMWO2JdNlVNK.jpg)