ପଞ୍ଜାବରେ ରାତିରେ ଜଳିବନି ଲାଇଟ୍‌, ରାତି ୯ଟାରୁ  ସକାଳ ୫ ପର୍ଯ୍ୟନ୍ତ  ବ୍ଲାକ୍‌ଆଉଟ୍‌ ଲାଗୁ

ପଞ୍ଜାବରେ ରାତି ୯ଟାରୁ ସକାଳ ୫ ପର୍ଯ୍ୟନ୍ତ ବ୍ଲାକ୍‌ଆଉଟ୍‌ , ଅନ୍ଧାର ହେବ ଗୁର୍‌ଦାସପୁର ।

ପଞ୍ଜାବରେ ରାତିରେ ଜଳିବନି ଲାଇଟ୍‌

ପଞ୍ଜାବରେ ରାତିରେ ଜଳିବନି ଲାଇଟ୍‌ Photograph: (kanaknews)

କନକ ବ୍ୟୁରୋ : ଭାତର-ପାକିସ୍ତାନ ମଧ୍ୟରେ ଚାଲିଛି ଗୁଳି ବର୍ଷା । ସବୁଆଡୁ ପାକ୍‌କୁ ମାତ୍‌ ଦେଉଛି ଭାରତ । ପାକ୍‌ ସେନାର ଯୋଜନାକୁ ପଣ୍ଡ କରିବାରେ ଲାଗିଛି ଭାରତୀୟ ସେନା । ଭାରତର ଉନ୍ନତ୍ତକୌଶଳ ଅସ୍ତ୍ରଶସ୍ତ୍ର, ମିସାଇଲ୍‌ ଆଗରେ ହାର୍‌ ମାନୁଛି ପାକ୍‌ର ମିସାଇଲ ମାଡ । ଆକାଶ ମାର୍ଗରୁ ପାକ୍‌ ର ଅସ୍ତ୍ରକୁ ଟକ୍କର ଦେଉଛି ଭାରତର ସୁଦର୍ଶନ ଚକ୍ର । ଏହାରି ମଧ୍ୟରେ ପଞ୍ଜାବର ସୀମାବର୍ତ୍ତୀ ଅଞ୍ଚଳ ଗୁର୍‌ଦାସପୁରରେ କଡାକଡି କରାଯାଇଛି । ଆସନ୍ତା ନିର୍ଦ୍ଦେଶ  ପର୍ଯ୍ୟନ୍ତ ଗୁରୁଦାସପୁରରେ  ରାତି ୯ଟାରୁ ସକାଳ ୫ ପର୍ଯ୍ୟନ୍ତ ବ୍ଲାକ୍‌ଆଉଟ୍‌ ଲାଗୁ ରହିବ ।

ପୂରା ରାତିରେ ଅନ୍ଧାରରେ ରହିବ ଜିଲ୍ଳା । କାରଣ ଗୁର୍‌ଦାସପୁର ପାକିସ୍ତାନ ସୀମା ସହିତ ସଂଲଗ୍ନ । ଭାରତ-ପାକ୍ ସୀମାରେ ସମ୍ବେଦନଶୀଳ ବାତାବରଣ ଯୋଗୁଁ ଭାରତ ସରକାର ଏବଂ ପଞ୍ଜାବ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ନାଗରିକ ପ୍ରତିରକ୍ଷା ଆଇନ 1968 ଅନୁଯାୟୀ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ଗୁର୍‌ଦାସପୁରର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ନିର୍ଦ୍ଦେଶ କେନ୍ଦ୍ରୀୟ ଜେଲ ଗୁର୍‌ଦାସପୁର  ଏବଂ ହସ୍ପିଟାଲ ପାଇଁ ଲାଗୁ ହେବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe