କନକ ବ୍ୟୁରୋ : ବାଘଙ୍କ ଅଭୟାରଣ୍ୟରେ ଅସୁରକ୍ଷିତ ବାଘ । ଶିମିଳିପାଳରେ ମାରିଦେଲେ କଳାବାଘ । ବାଘର ଚମଡା ସହ ୧୦ ଶିକାରୀଙ୍କୁ ଗିରଫ କଲା ବନବିଭାଗ । ଏ.ଆଇ. କ୍ୟାମେରା ସାହାଯ୍ୟରେ ୧୦ ଜଣଙ୍କୁ ଗିରଫ କରିବା ସହ ଗୋଟିଏ କଳାବାଘ ଛୁଆର ଚମଡା ଓ ନଖ ଜବତ୍ କରାଯାଇଛି । ବାଘର ବୟସ ଦେଢ଼ ବର୍ଷ ହେବ । ଏହା ଏକ ମେଲ୍ ବାଘ ଛୁଆ ବୋଲି ସ୍ପଷ୍ଟ ହୋଇଛି । ବାଘଟିକୁ କିଛି ମାସ ତଳେ ଗୁଳି କରି ଶିକାର କରାଯାଇଥିବା କହିଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ ଡ଼ା.ପ୍ରକାଶ ଚାନ୍ଦ ଗୋଗୀନେନି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ବନବିଭାଗ । ଗିରଫ ଅଭିଯୁକ୍ତ ଉଦଳା ରେଞ୍ଜ ଯୋଗିନୀ ଖୁଣ୍ଟା ଓ ବଣିଆଧର ଅଞ୍ଚଳର ବୋଲି ଜଣା ପଡିଥିଛି । ତେବେ ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ରହିଛି । ଗତ ୬ ମାସ ମଧ୍ୟରେ ଶିମିଳିପାଳ ଅଭୟାରଣ୍ୟରେ ୩ଟି ବାଘ ଶିକାର ହୋଇଥିବା ଅଭିଯୋଗ ହୋଇଛି । ଘଟଣା ପରେ ଶିମିଳିପାଳରେ ବାଘଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ । ବାଘଙ୍କ ସୁରକ୍ଷା ପାଇଁ ଜଏଣ୍ଟ ଟାକ୍ସ ଫୋର୍ସ ଶିମିଳିପାଳରେ ନିୟୋଜିତ ରହିଛନ୍ତି । ତଥାପି ସେମାନଙ୍କ ନାକତଳେ ବେଧଡକ ବୁଲୁଛନ୍ତି ଶିକାରୀ ।  

Advertisment

କେତେ ସୁରକ୍ଷିତ ଶିମିଳିପାଳ?
ବାଘଙ୍କ ଅଭୟାରଣ୍ୟରେ ବାଘ ଅସୁରକ୍ଷିତ
ବାଘ ଶିକାର କରି ଦେହରୁ ଚମଡ଼ା ଛେଲିନେଲେ
ମୁଖ୍ୟ ଶିକାରୀ ଏବେ ବି ଫେରାର 
୬ମାସରେ ୩ ବାଘ ଶିକାର ସୂଚନା
ବାଘଙ୍କ ସୁରକ୍ଷାରେ ନିୟୋଜିତ ଜଏଣ୍ଟ ଟାକ୍ସ ଫୋର୍ସ
ଜେଟିଏଫଙ୍କୁ ଖାତିର ନକରି ବେଧଡ଼କ ବୁଲୁଛନ୍ତି ଶିକାରୀ
ଜିନ୍ନତ ଓ ଯମୁନାର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

କେତେ ସୁରକ୍ଷିତ ଶିମିଳିପାଳ?
କାହିଁକି ଶିକାରୀଙ୍କ ଟାର୍ଗେଟରେ କଳାବାଘ?
ବାଘଙ୍କ ସୁରକ୍ଷାରେ କାହିଁକି ବିଫଳ ବନ ବିଭାଗ?
ଶିକାରୀଙ୍କ ଭିତରେ କାହିଁକି ରହୁନି ଭୟ?
ସରକାର ହେବେ କି ତତ୍ପର?
କଳାବାଘଙ୍କ ସଂରକ୍ଷଣ ପାଇଁ କୌଣସି ବିଶେଷ ଉଦ୍ୟମ ହେଉଛି କି?
ଓଡ଼ିଶା ଜଙ୍ଗଲରେ କଳାବାଘ ସଂଖ୍ୟା ନିୟନ୍ତ୍ରଣ ପାଇଁ କଣ ନିଆଯାଉଛି ପଦକ୍ଷେପ?
କଳାବାଘ ସଂରକ୍ଷଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ସମନ୍ବୟ ଅଛି ତ? ଏଭଳି ଅନେକ ପ୍ରଶ୍ନ ଉଠୁଛି