କନକ ବ୍ୟୁରୋ : ପିଆଜ..ରୋଷେଇ ଘରେ ନଥିଲେ ନଚଳେ । ତରକାରୀକୁ ସୁସ୍ୱାଦୁ କରିବାକୁ ହେଉ ବା କୌଣସି ଚିଲ୍ଲି ଆଇଟମ୍ ସବୁଥିରେ ଆବଶ୍ୟକ ପଡ଼େ । କେହି କେହି କଞ୍ଚା ପିଆଜ ବି ଖାଇଥାନ୍ତି । ତେବେ ଫଙ୍ଗସ୍ ଯୁକ୍ତ ପିଆଜ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ଆପଣ ଜାଣିଛନ୍ତି କି ।
ରିପୋର୍ଟ ଅନୁଯାୟୀ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ ଫିମ୍ପିଲଗା ପିଆଜ । ପିଆଜ ଚୋପାରେ ଲାଗିଥିବା କଳା ଫିମ୍ପି ସାମାନ୍ୟ ଦେଖାଯାଉଥିଲେ ବି ଏହା ହାନିକାରକ ଅଟେ । ଏଭଳି ପିଆଜ ଦୈନଦିନ ଖାଇଲେ ଯକୃତ ସମସ୍ୟା ଉପୁଜିପାରେ । ଏହାଛଡ଼ା ବାନ୍ତି, ମୁଣ୍ଡ ବିନ୍ଧା ଏବଂ ଅନ୍ୟ ଆଲର୍ଜି ମଧ୍ୟ ହୋଇପାରେ । ଦୁର୍ବଳ ଲୋକଙ୍କ ପାଇଁ ଏଭଳି ପିଆଜ ଅଧିକ କ୍ଷତିକାରକ ।
ବର୍ଷା ଯୋଗୁଁ ନୂଆ ପିଆଜ ନଷ୍ଟ ହେବା ଫଳରେ ପୁରୁଣା ପିଆଜ ଏବେ ବଜାରକୁ ଆସୁଛି । ପୁରୁଣା ପିଆଜରେ ହିଁ ଏଭଳି ଫଙ୍ଗସ ଦେଖିବାକୁ ମିଳୁଥିବା ବ୍ୟବସାୟୀ କହିଛନ୍ତି । ତେବେ ସ୍ୱାସ୍ଥ୍ୟଗତ ସମସ୍ୟାରୁ ବର୍ତ୍ତିବା ପାଇଁ ଏଭଳି ପିଆଜ ବ୍ୟବହାରରୁ ଦୂରେଇ ରୁହନ୍ତୁ । ଘରେ ରୋଷେଇ ସମୟରେ କିମ୍ବା କଞ୍ଚା ଖାଇବାର ଥିଲେ ଭଲ ଭାବେ ଧୋଇ ବ୍ୟବହାର କରିବା ଉଚିତ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/27/onion-2025-10-27-20-53-33.jpg)