କନକ ବ୍ୟୁରୋ : କୋଲକାତା ପୀଡ଼ିତାଙ୍କ ନ୍ୟାୟ ପାଇଁ ଅଭୂତପୂର୍ବ ପ୍ରତିବାଦ । ରାତି ଅଧରେ ରାଜରାସ୍ତାକୁ ଓହ୍ଲାଇଲେ ଜନତା । ଲାଇଟ୍‌ ବନ୍ଦ କରିବା ସହ କ୍ୟାଣ୍ଡେଲ ଜାଳି ନ୍ୟାୟ ଭିକ୍ଷା କରିଛନ୍ତି ଲୋକେ । ରାଜଭବନରେ ମଧ୍ୟ ବନ୍ଦ ରହିଥିଲା ଲାଇଟ୍‌ । ବ୍ଲାକଆଉଟ୍‌ ନିର୍ଦ୍ଦେଶ ଦେଇ ପ୍ରତିବାଦକୁ ସମର୍ଥନ ଜଣାଇଥିଲେ ରାଜ୍ୟପାଳ । ରାତି ୯ଟାରୁ ୧୦ଟା ଯାଏ ପୂରା କୋଲକାତାରେ ଲାଇଟ୍‌ ବନ୍ଦ କରି ପ୍ରତିବାଦ ଜଣାଇଛନ୍ତି ରାଜନେତାଠାରୁ ନେଇ ସାଧାରଣ ଲୋକେ । ଏହି ସମୟରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇବା ସହ କ୍ୟାଣ୍ଡେଲ ଓ ମଶାଲ ଧରି ନ୍ୟାୟ ଦିଅ ନାରା ଲଗାଇଥିଲେ । ଦୋକାନ ବଜାର ସମେତ ଘରର ଲାଇଟ ଗୁଡ଼ିକୁ ବନ୍ଦ ରଖା ଯାଇଥିଲା । ପ୍ରତିବାଦରେ ମୃତ ଡାକ୍ତରୀ ଛାତ୍ରୀଙ୍କ ବାପା ମାଆ ଓ ପରିବାର ଲୋକେ ମଧ୍ୟ ସାମିଲ ହୋଇଥିଲେ । ଝିଅକୁ ନ୍ୟାୟ ଦେବା ପାଇଁ ଲୋକଙ୍କ ଦାବି ଓ ସମର୍ଥନକୁ ଦେଖି ଭାବୁକ ହୋଇପଡ଼ିଥିଲେ ପୀଡ଼ିତାଙ୍କ ମାଆ । ସେ କହିଛନ୍ତି ଆର.ଜି କର ହସ୍ପିଟାଲ ପାଇଁ ମୁଁ ଗୋଟିଏ ଝିଅ ହରାଇଲି । କିନ୍ତୁ ମୋତେ ହଜାର ହଜାର ପୁଅ ଝିଅ ମିଳି ଯାଇଛନ୍ତି । ଯେମିତି ସେ ଝିଅକୁ ହରାଇ ରାତି ଦିନ ଶୋଇପାରୁ ନାହାନ୍ତି ସେଭଳି ଅଭିଯୁକ୍ତ ମାନଙ୍କ ଅବସ୍ଥା ହେବା ଦାରକାର ବୋଲି ସେ କହିଛନ୍ତି । ସେପଟେ ଝିଅକୁ ଶୀଘ୍ର ନ୍ୟାୟ ମିଳୁ ବୋଲି ଗଣମାଧ୍ୟମ ଆଗରେ ଦାବି ରଖିଛନ୍ତି ମୃତ ଛତ୍ରୀଙ୍କ ବାପା ।

Advertisment