କନକ ବ୍ୟୁରୋ : ଢେଙ୍କାନାଳ ନିଶ୍ଚିନ୍ତା ପାହାଡରେ ବେଆଇନ ଖଣି ଲୁଟ ବିରୋଧରେ ସ୍ୱର ଉତୋଳନ କରିଛନ୍ତି ପରିବେଶ ସୁରକ୍ଷା ସଂସ୍ଥା। କଳା ମୁଗୁନି ପଥର ଚୋରି କରିବାରେ ଲାଗିଛନ୍ତି ଖଣି ମାଫିଆ । ଏହାକୁ ରୋକିବାରେ ପ୍ରଶାସନର ବିଫଳତାକୁ ନେଇ ଏନଜିଟିଙ୍କ ନିକଟରେ ଅଭିଯୋଗ ହୋଇଛି । ୧୬୩ ବିଏନଏସ ଲାଗୁ ସହିତ ସ୍ଵତନ୍ତ୍ର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି ।
ନିହଲ ପ୍ରସାଦ ମୌଜା ନିଶ୍ଚିନ୍ତା ସଂରକ୍ଷିତ ପାହାଡ଼ରେ ବେଆଇନ ଖଣି ମାଫିଆଙ୍କ ଆଖିବୁଝା ଲୁଟକୁ ରୋକିବାରେ ଜିଲ୍ଲା ପ୍ରଶାସନ ବିଫଳ ହୋଇଛି କ୍ଷ ଦିନ ଦିପହରରେ ଖଣି ମାଫିଆ କଳା ମଚମଚ ମୁଗୁନି ପଥର ଚୋରି କରି ନେଉଛନ୍ତି । କିନ୍ତୁ ପ୍ରଶାସନ କିଛି କରିପାରୁନଥିବା ନେଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ବା ଏନଜିଟିରେ ଅଭିଯୋଗ କରିଛି ତାଳଚେରର ୟୁଥ୍ ୟୁନାଇଟେଡ ନାମକ ପରିବେଶ ସୁରକ୍ଷା ସଂସ୍ଥା । ବିଭିନ୍ନ କ୍ରସର ବେଆଇନ ଖନନ କରି ୨୦ ହଜାର ଟନ୍ ମୁଗୁନି ପଥର ଚୋରାଚାଲାଣ କରିଥିବା ଅଭିଯୋଗ ହୋଇଛି । ଏନ୍ଜିଟି ୧୬୩ ଭାରତୀୟ ନ୍ୟାୟ ସଂହିତା ଲାଗୁ କରିବା ପରେ ନିଶ୍ଚିନ୍ତା ପାହାଡ଼ରେ କିଛି ପୋଲିସ ମୁତୟନ ହୋଇଛନ୍ତି । ତଥାପି ପଥର ଚୋରି ବନ୍ଦ ହେଉନଥିବା ଅଭିଯୋଗ ହେଉଛି ।
ଦୈନିକ ଶହ ଶହ ହାଇୱା ଟ୍ରକରେ ଚୋରା ପଥର ବିଭିନ୍ନ ଜିଲ୍ଲାକୁ ଚାଲାଣ ହେଉଛି କ୍ଷ ସ୍ଥାନୀୟ ପୋଲିସ ପ୍ରଶାସନ ସବୁ ଜାଣି ନୀରବ ଦ୍ରଷ୍ଟା ସାଜିଛି। ଏମିତି ଅଭିଯୋଗ ହେବା ପରେ ଏନଜିଟି ଛାଟ୍ ବାଜିଛି । ଏନଜିଟିଙ୍କ ନିର୍ଦ୍ଦେଶ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ ଖଣି ବିଭାଗ, ରାଜସ୍ବ ବିଭାଗ କି ପୁଲିସ। ସେଭଳି କୌଣସି ଚଢ଼ାଉ ହେଉନାହିଁ ,ଏହା କେବଳ କାଗଜ କଲମରେ ସୀମିତ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2024/11/27/w5IGBFbZdiHsp2ReaIYO.jpg)