କନକବ୍ୟୁରୋ : ଆଜି ଭାରତରେ ଦୃଶ୍ୟମାନ ହେବ ବ୍ଲାକ୍ ମୁନ୍ । ଅପରାହ୍ଣ ୩ଟା ୫୭ରେ ବ୍ଲାକ୍ ମୁନ୍ ଦେଖିବାକୁ ମିଳିବ । ବ୍ଲାକ୍ ମୁନ୍ ଏକ ବିରଳ ଘଟଣା। ଏଥିରେ ପୃଥିବୀରୁ ଚନ୍ଦ୍ର ଦୃଶ୍ୟମାନ ହୁଏ ନାହିଁ । ଗୋଟିଏ ମହାକାଶ ଦ୍ରାଘିମାରେ ସୂର୍ଯ୍ୟ, ଚନ୍ଦ୍ର ରହିଲେ, ବ୍ଲାକ୍ ମୁନ୍ ଘଟେ। ଚନ୍ଦ୍ରର ଆଲୋକିତ ପାର୍ଶ୍ବ ପୃଥିବୀଠାରୁ ଦୂରରେ ରହୁଥିବାରୁ ଖାଲି ଆଖିରେ ଏହା ଦେଖାଯାଏନାହିଁ ।
ବ୍ଲାକ ମୁନ୍ ସହ ଯଦି ସୂର୍ଯ୍ୟ ପରାଗ ହୁଏ, କେବଳ ସେହି ସମୟରେ ଏହା ଦୃଶ୍ୟମାନ ହୋଇଥାଏ । ଚନ୍ଦ୍ରର ଚକ୍ର ହାରାହାରି ୨୯ ଦଶମିକ ୫ ଦିନର। ସେଥିପାଇଁ କେବେ କେବେ ଗୋଟିଏ ମାସରେ ଦୁଇଟି ନୂଆ ଚନ୍ଦ୍ର ଦେଖାଯାଏ। ଯାହାକୁ କି ବ୍ଲାକ୍ ମୁନ୍ ବୋଲି କୁହାଯାଏ । ଭାରତରେ ଏହା ଆଜି ଦୃଶ୍ୟମାନ ହେବାକୁ ଥିବା ବେଳେ ଗତକାଲି ଆମେରିକାରେ ଦୃଶ୍ୟମାନ ହୋଇଥିଲା। ଭାରତ ପରି ଆଜି ୟୁରୋପ, ଆଫ୍ରିକା ଆଜି ବ୍ଲାକ୍ ମୁନ୍ ଦୃଶ୍ୟମାନ ହେବ ।