କନକ ବ୍ୟୁରୋ: ପାକିସ୍ତାନର ମେଣ୍ଟିବ ଭୋକ । ସୁଧୁରିବ ଦେଶର ସ୍ଥିତି । କାହିଁନା ପାକିସ୍ତାନରୁ ମିଳିଲା କଳା ସୁନାର ଖଣି । ପାକିସ୍ତାନ ସରକାରୀ ତୈଳ କମ୍ପାନୀ ଓଜିଡିସିଏଲ୍, ଖାଇବର ପଖତୁନଖ୍ୱା ପ୍ରଦେଶର କୋହତ ଜିଲ୍ଲାରେ ଏକ ତେଲ ଓ ଗ୍ୟାସ୍ ଭଣ୍ଡାର ଠାବ କରିଛି । ଗୋଟିଏ ମାସ ମଧ୍ୟରେ ଏହା ତୃତୀୟ ଭଣ୍ଡାର ଠାବ ହୋଇଛି । ଆଶା କରାଯାଉଛି ଏଥିରୁ ପାକିସ୍ତାନର ସ୍ଥିତି ସୁଧୁରିବ । 

Advertisment

ଅଧିକ ପଢ଼ନ୍ତୁ :  ପାକିସ୍ତାନ ଗାଜା ଶାନ୍ତି ବୋର୍ଡରେ ସାମିଲ: ନିଜ ଘରେ ଏକ ଘରିକିଆ ଶାହବାଜ

ଠାବ ହୋଇଥିବା ତେଲ ଭଣ୍ଡାର ୨୦୨୪ରେ ଖନନ କରାଯାଇଥିଲା, ଏବଂ ତା’ପରେ ପରୀକ୍ଷଣ କରାଯାଇଥିଲା । ପରୀକ୍ଷଣରୁ ଜଣାପଡ଼ିଥିଲା ଯେ ଦୈନିକ ୩,୧୦୦ ବ୍ୟାରେଲ୍ ଅଶୋଧିତ ତେଲ ଏବଂ ୮.୧୫ ମିଲିୟନ୍ ଘନଫୁଟ ପ୍ରାକୃତିକ ଗ୍ୟାସ ଉତ୍ପାଦନ ହେବ ।

ଏହି ଆବିଷ୍କାର ପାକିସ୍ତାନ ପାଇଁ ଗୁରୁତ୍ଵପୂର୍ଣ୍ଣ 
ବର୍ତ୍ତମାନ ପାକିସ୍ତାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଦେଶରେ ଗରିବି ବଢ଼ୁଛି । ଏଭଳି ପରିସ୍ଥିତିରେ ତୈଳ ଭଣ୍ଡାର ଠାବ ହେବା ପାକିସ୍ତାନ ପାଇଁ କୌଣସି ବରଦାନଠୁ କମ୍ ନୁହେଁ । ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ, ସରକାର ଘରୋଇ ତୈଳ ଏବଂ ଗ୍ୟାସ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛନ୍ତି । ଓଜିଡିସିଏଲ୍ କହିଛି ଯେ ଏହି ଆବିଷ୍କାର ଘରୋଇ ସମ୍ପଦରୁ ଶକ୍ତି ଯୋଗାଣ ଏବଂ ଚାହିଦା ବ୍ୟବଧାନକୁ ହ୍ରାସ କରିବ ଏବଂ ଦେଶର ହାଇଡ୍ରୋକାର୍ବନ ଭଣ୍ଡାର ବୃଦ୍ଧି କରିବ । ଆଉ ଆଗାମୀ ଦିନରେ ଦେଶର ଆର୍ଥିକ ସ୍ଥିତି ସ୍ବଛଳ କରିବ ବୋଲି ଆଶା କରାଯାଉଛି