BLACK BOX Photograph: (KANAK NEWS)
କନକ ବ୍ୟୁରୋ: ଅଜିତ୍ ପାଓ୍ୱାରଙ୍କ ବିମାନ ଦୁର୍ଘଟଣା ଘଟଣାରେ ଆସିଛି ବଡ଼ ଖବର । ଗୁରୁବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ଯେ ଜାନୁଆରୀ ୨୮ ତାରିଖରେ ବାରାମତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏବଂ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଥିବା ବିମାନର ବ୍ଲାକ ବକ୍ସ ଉଦ୍ଧାର କରାଯାଇଛି। ଆଉ ଏହି ଘଟଣାରେ ତଦନ୍ତ ଦ୍ରୁତ ଗତିରେ ଚାଲିଛି।
Xରେ ଏକ ପୋଷ୍ଟ ସେୟାର କରି ମନ୍ତ୍ରଣାଳୟ ଉଲ୍ଲେଖ କରିଛି ଯେ, ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ସମୟସୀମା ମଧ୍ୟରେ ତଦନ୍ତ ସୁନିଶ୍ଚିତ କରିବା ଏକ ସର୍ବୋଚ୍ଚ ପ୍ରାଥମିକତା ଅଟେ। ଦିଲ୍ଲୀର AAIBର ତିନି ଜଣ ଅଧିକାରୀଙ୍କ ଏକ ଦଳ ଏବଂ ମୁମ୍ବାଇ ଆଞ୍ଚଳିକ କାର୍ଯ୍ୟାଳୟର DGCAର ତିନି ଜଣ ଅଧିକାରୀଙ୍କ ଏକ ଦଳ ୨୮ ଜାନୁଆରୀରେ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। AAIBର ମହାନିର୍ଦ୍ଦେଶକ ମଧ୍ୟ ସେହି ଦିନ ଘଟଣାସ୍ଥଳରେ ପହଞ୍ଚିଥିଲେ। ତଦନ୍ତ ଦ୍ରୁତ ଗତିରେ ଚାଲିଛି ଏବଂ ବିମାନର ବ୍ଲାକ୍ ବକ୍ସ ଉଦ୍ଧାର କରାଯାଇଛି।
ଆହୁରି ପଢ଼ନ୍ତୁ : ନୟାଗଡ଼ ଜିଲ୍ଲା ପରିଷଦ ବୈଠକରେ ଅଭାବନୀୟ ଚିତ୍ର: ମୁହାଁମୁହିଁ ହେଲେ ବିଧାୟକ ଓ ବ୍ଲକ ଅଧ୍ୟକ୍ଷା
ଜାଣିରଖିବା ଉଚିତ ଯେ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଅନ୍ୟ ପାଞ୍ଚ ଜଣଙ୍କ ଜୀବନ ନେଇଥିବା ବିମାନ ଦୁର୍ଘଟଣାର ତଦନ୍ତ କରୁଥିବା ଅଧିକାରୀମାନେ ଦୁର୍ଘଟଣାସ୍ଥଳରୁ ଭଏସ୍ ରେକର୍ଡର ଏବଂ ଫ୍ଲାଇଟ୍ ଡାଟା ରେକର୍ଡର ଉଦ୍ଧାର କରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (MoCA) ନିଶ୍ଚିତ କରିଛି ଯେ ଘଟଣାସ୍ଥଳରୁ ସମସ୍ତ ଉପକରଣ ଉଦ୍ଧାର କରାଯାଇଛି।
ସୂଚନାଯୋଗ୍ୟ ଯେ, ବୁଧବାର ସକାଳ ୮ଟା ୪୦ ମିନିଟ୍ରେ ଏକ ଛାତିଥରା ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନ୍ସିପି ମୁଖ୍ୟ ଅଜିତ ପାୱାରଙ୍କ ପରଲୋକ ଘଟିଛି। ତାଙ୍କୁ ନେଇ ଯାଉଥିବା ଚାର୍ଟାର୍ଡ ବିମାନଟି ବାରାମତି ବିମାନବନ୍ଦରରେ ଦ୍ୱିତୀୟ ଥର ପାଇଁ ଜରୁରିକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବାବେଳେ ବିମାନଟି ଖଣ୍ଡଖଣ୍ଡ ହୋଇ ଜଳି ଯାଇଥିଲା। ପାଵାରଙ୍କ ବ୍ୟତୀତ ଦୁଇ ପାଇଲଟ୍ ଓ ଦୁଇ ସୁରକ୍ଷା କର୍ମୀ (ଜଣେ ପିଏସ୍ଓ ଓ ଜଣେ ଆଟେଣ୍ଡାଣ୍ଟ) ମଧ୍ୟ ପ୍ରାଣ ହରାଇଛନ୍ତି। ପାୱାରଙ୍କ ନିଧନ ସହିତ ମହାରାଷ୍ଟ୍ର ରାଜନୀତିରେ ଆଜି ଏକ ଯୁଗର ଅନ୍ତ ଘଟିଛି ।
Follow Us