କନକ ବ୍ୟୁରୋ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ବ୍ଲାକ୍ ବକ୍ସ କ୍ଷତିଗ୍ରସ୍ତ ହୋଇଛି । ଏୟାର ଇଣ୍ଡିଆ ବିମାନ ଏଆଇ-୧୭୧ ଦୁର୍ଘଟଣାରେ ବ୍ଲାକ୍ ବକ୍ସ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଏହାର ଡାଟା ଉଦ୍ଧାର ପାଇଁ ଭାରତ ଏହାକୁ ଆମେରିକାର ନ୍ୟାସନାଲ ଟ୍ରାନ୍ସପୋର୍ଟେସନ୍ ସେଫଟି ବୋର୍ଡ, ଏନଟିଏସବିକୁ ପଠାଇବାକୁ ନିଷ୍ପତ୍ତି ନେଇଛି । ଜୁନ ୧୨ରେ ଲଣ୍ଡନ ଅଭିମୁଖେ ଯାଉଥିବା ବୋଇଂ ୭୮୭ ଡ୍ରିମଲାଇନର ଉଡ଼ାଣ ପରେ ମାତ୍ର ୩୬ ସେକେଣ୍ଡରେ ବିଜେ ମେଡିକାଲ କଲେଜ ହଷ୍ଟେଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବ୍ଲାକ୍ ବକ୍ସରେ ଫ୍ଲାଇଟ ଡାଟା ରେକର୍ଡର ଏଫଡିଆର୍ ଓ କକପିଟ୍ ଭଏସ୍ ରେକର୍ଡର୍ ସିଭିଆର ରହିଛି । ଯାହା ଉଚ୍ଚତା, ଗତି ଓ ପାଇଲଟଙ୍କ କଥାବାର୍ତ୍ତା ଆଦି ରେକର୍ଡ କରେ । ଦୁର୍ଘଟଣାରେ ଏହା ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବାରୁ ଭାରତରେ ଡାଟା ଉଦ୍ଧାର ସମ୍ଭବ ହୋଇନାହିଁ । ଏନ ଟିଏସବିର ଓ୍ୱାଶିଂଟନ୍ ଲାବୋରୋଟୋରିରେ ମେମୋରି ଚିପ୍ ଓ ଇଲେକ୍ଟ୍ରୋନିକ ସର୍କିଟ ପରୀକ୍ଷା କରାଯିବ । ଭାରତୀୟ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ବା ଏଏଆଇବି ଏହାର ତଦନ୍ତ କରୁଛି । ଏୟାର ଇଣ୍ଡିଆର ୩୩ଟି ଡ୍ରିମଲାଇନର ବିମାନ ଉପରେ ଅତିରିକ୍ତ ନିରାପତ୍ତା ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ଘଟଣାର କାରଣ ଜାଣିବା ପାଇଁ ବ୍ଲାକ୍ ବକ୍ସ ଡାଟା ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।
ଅହମଦାବାଦରେ ଦୁର୍ଘଟଣାର ଶିକାର ବିମାନର ବ୍ଲାକ୍ ବକ୍ସ କ୍ଷତିଗ୍ରସ୍ତ, ତଥ୍ୟ ସଂଗ୍ରହ ହେଉଛି କଷ୍ଟକର, ସଜାଡିବାକୁ ପଠାଯିବ ଆମେରିକା
ଜୁନ ୧୨ରେ ଲଣ୍ଡନ ଅଭିମୁଖେ ଯାଉଥିବା ବୋଇଂ ୭୮୭ ଡ୍ରିମଲାଇନର ଉଡ଼ାଣ ପରେ ମାତ୍ର ୩୬ ସେକେଣ୍ଡରେ ବିଜେ ମେଡିକାଲ କଲେଜ ହଷ୍ଟେଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବ୍ଲାକ୍ ବକ୍ସରେ ଫ୍ଲାଇଟ ଡାଟା ରେକର୍ଡର ଏଫଡିଆର୍ ଓ କକପିଟ୍ ଭଏସ୍ ରେକର୍ଡର୍ ସିଭିଆର ରହିଛି ।
/kanak/media/media_files/2025/06/19/safsfsdfsdfsdf-2025-06-19-14-18-11.jpg)