ସୁଇସାଇଡ୍ ବମ୍ ପିନ୍ଧି ଟ୍ରେନରେ ବସିଛନ୍ତି BLA ଆର୍ମି, ପାକିସ୍ତାନ ପାଖରେ ମାତ୍ର କେଇ ଘଣ୍ଟାର ସମୟ, ଦାବି ପୂରା ନହେଲେ...

Advertisment

ପାକିସ୍ତାନର ଜଣେ ପତ୍ରକାରଙ୍କ ନିକଟରୁ ମିଳିଥିବା ସୂଚନା ଆଧାରରେ,  ବନ୍ଧକ ଥିବା ଯାତ୍ରୀଙ୍କ ମଧ୍ୟରେ ଆତ୍ମଘାତୀ ବିଏଲଏ ଆର୍ମି ଜଗି ରହିଛନ୍ତି । ଯିଏ କୌଣସି ପରିସ୍ଥିତି ନିଜେ ମରିବା ସହ ଅନ୍ୟଙ୍କୁ ମାରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ।

ପାକିସ୍ତାନର ଜଣେ ପତ୍ରକାରଙ୍କ ନିକଟରୁ ମିଳିଥିବା ସୂଚନା ଆଧାରରେ,  ବନ୍ଧକ ଥିବା ଯାତ୍ରୀଙ୍କ ମଧ୍ୟରେ ଆତ୍ମଘାତୀ ବିଏଲଏ ଆର୍ମି ଜଗି ରହିଛନ୍ତି । ଯିଏ କୌଣସି ପରିସ୍ଥିତି ନିଜେ ମରିବା ସହ ଅନ୍ୟଙ୍କୁ ମାରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ।

BLA Army

Photograph: (kanaknews)

କନକ ବ୍ୟୁରୋ : ଏବେବି ବଲୁଚ ଲିବରେସନ ଆର୍ମି କବଜାରେ ରହିଛି ଜାଫର ଏକ୍ସପ୍ରେସ୍ । ବନ୍ଦି ହୋଇ ରହିଛନ୍ତି ଯାତ୍ରୀ । ଲୋକଙ୍କୁ ଉଦ୍ଧାର ପାଇଁ ସବୁ ପ୍ରକାର ଚେଷ୍ଟା ଜାରି ରଖିଛି ପାକିସ୍ତାନ ଆର୍ମି । କିନ୍ତୁ ଏବେ ଯାଏଁ କୌଣସି ରାସ୍ତା ବାହାରି ପାରିନି । କାରଣ ବିଏଲଏ ଆର୍ମି ଟ୍ରେନ୍ ଭିତରେ ତାର ଆତ୍ମଘାତୀ ସୁଇସାଇଡ୍ ବମରଙ୍କୁ ଭର୍ତ୍ତି କରି ରଖିଛି । ଯେଉଁଥିପାଇଁ ଉଦ୍ଧାର କାର୍ଯ୍ୟ ପାକିସ୍ତାନ ଆର୍ମି ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଯାଇଛି ।

ବନ୍ଧକଙ୍କ ମଧ୍ୟରେ ଆତ୍ମଘାତୀ ଆକ୍ରମଣକାରୀ 

ପାକିସ୍ତାନର ଜଣେ ପତ୍ରକାରଙ୍କ ନିକଟରୁ ମିଳିଥିବା ସୂଚନା ଆଧାରରେ,  ବନ୍ଧକ ଥିବା ଯାତ୍ରୀଙ୍କ ମଧ୍ୟରେ ଆତ୍ମଘାତୀ ବିଏଲଏ ଆର୍ମି ଜଗି ରହିଛନ୍ତି । ଯେକୌଣସି ପରିସ୍ଥିତିରେ ନିଜେ ମରିବା ସହ ଅନ୍ୟଙ୍କୁ ମାରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ଶରୀରରେ ବମ୍ ଜ୍ୟାକେଟ୍ ପିନ୍ଧି ବସି ରହିଛନ୍ତି । ଯେଉଁଥିପାଇଁ ସ୍ଥିତି ଆହୁରି ଗମ୍ଭୀର ହୋଇପଡିଛି । ସବୁଠୁ ଚିନ୍ତାଜନକ କଥା ହେଉଛି, ବିଦ୍ରୋହୀମାନେ ଯାତ୍ରୀଙ୍କୁ ମାନବ ଢାଲ ଭାବେ ବ୍ୟବହାର କରୁଛନ୍ତି  । 

୧୫୫ଯାତ୍ରୀ ଉଦ୍ଧାର 
ମିଳିଥିବା ସୂଚନା ଆଧାରରେ, ବର୍ତ୍ତମାନ ସୁଦ୍ଧା ପାକ୍ ସେନା ୧୫୫ଜଣ ଯାତ୍ରୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି, ଏବଂ ୨୭ରୁ ଅଧିକ ବିଦ୍ରୋହୀଙ୍କୁ ମାରିବାରେ ସଫଳ ହୋଇଛି ପାକ୍ ସେନା । ଏହାରି ଭିତରେ ବିଏଲଏ ଆର୍ମି ତାଙ୍କ ଦାବି ପୂରା କରିବା ପାଇଁ ପାକ୍ ସେନାକୁ ୪୮ଘଣ୍ଟାର ସମୟ ଦେଇଛି, ଏବଂ ପ୍ରତି ଘଣ୍ଟାରେ ୧୦ଜଣ ଯାତ୍ରୀଙ୍କୁ ମାରିବାର ଧମକ ଦେଇଛି । ପାକିସ୍ତାନ ଜେଲରେ ବନ୍ଦୀ ଥିବା ବଲୁଚ ନାଗରିକଙ୍କୁ ନଛାଡିଲେ ଏଭଳି ଦଶା ଭୋଗିବାକୁ ପଡିବ ବୋଲି କହିଛନ୍ତି ବିଏଲଏ, ଏବଂ କୁହାଯାଇଛି, ଯଦି ପାକିସ୍ତାନ ଆର୍ମି ଡ୍ରୋନ୍ ଆଟାକ କରେ କିମ୍ୱା ଗୁଳି ଚାଳନା ବନ୍ଦ ନକରେ ତେବେ ୧୦ଜଣ ଯାତ୍ରୀଙ୍କୁ ହତ୍ୟା କରିଯିବ । ଏବେ ବି ୨୦୦ରୁ ଅଧିକ ଲୋକ ଅଛନ୍ତି ବନ୍ଧକ ।  ବିଚ୍ଛିନ୍ନତାବାଦୀ ସଙ୍ଗଠନ ବଲୁଚ ଲିବରେସନ ଆର୍ମି ସହ ଯୁଦ୍ଧରେ  ୩୦ ପାକିସ୍ତାନ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe