କନକବ୍ୟୁରୋ : ସରକାରୀ ଅଧିକାରୀ ବଦଳି ଓ ପୋଷ୍ଟିଂ ନେଇ ଚାପ ପକାଉଥିବା ମଧ୍ୟ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି , ସବୁବେଳେ ଅଫିସର ମାନେ ସୁବିଧା ଜାଗାରେ ରହିବାକୁ ଚାହାଁନ୍ତି । ବିଜେଡ଼ି ସମୟରେ ତ ଦଳ ନଥିଲା । ଜନ ପ୍ରତିନିଧି ମାନଙ୍କ ଦ୍ଵାରା କିଛି ହଉ ନଥିଲା । ଏବେ ସେମାନେ ଇର୍ଷା କରୁଛନ୍ତି ଯେ ନେତାଙ୍କ ଗୁରୁତ୍ଵ ବଢିଛି ।
ଜାନକୀ ବାବୁଙ୍କ ସମୟରୁ ଅଫିସର ଙ୍କ ନିଜ ପାଖରେ ରଖିବାକୁ ଚାପ ପଡୁଥିଲା । ସୁପ୍ରିମ କୋର୍ଟ କହିଛନ୍ତି ପ୍ରତ୍ୟେକ ବିଧାୟକ ଓ ସାଂସଦଙ୍କ ଅଧିକାର ଅଛି ଭଲ ଅଫିସରଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀକୁ ନେବା ପାଇଁ । ଦକ୍ଷ ଅଫିସର ମାନଙ୍କୁ ନିଜ ପାଖରେ ରଖିବାକୁ କିଏ ନ ଚାହିଁବ । ଆମେ ବି ସେଭଳି ଅଫିସର ଙ୍କୁ ଖୋଜୁ , ଏଥିସହ ସେ ରାସନକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ରାସନ କଣ ଲୋକ ଖାଉଛନ୍ତି?
ରାସନ ନେଇକି ଲୋକେ କଣ କରୁଛନ୍ତି ଆପଣ ଅନୁସନ୍ଧାନ କରନ୍ତୁ ଗ୍ରାମାଞ୍ଚଳରେ । ବିଜେଡ଼ି ସମୟରେ ଲୋକେ ପଥର ଓ ମାଟି ଖାଉଥିଲେ। ସେକଥା ଆଜି ବିଜେଡ଼ି କହିପାରିବ । ସପ୍ଲାଇ ଇନ୍ସପେକ୍ଟର କି ସରପଞ୍ଚ ଚାଉଳ ଦେଇନଥିବ । ଏଥିରେ ସରକାର କେଉଁଠୁ ଆସିଲେ । ଅଭିଯୋଗ ଆସିଲା ପରେ ସଙ୍ଗେ ସଙ୍ଗେ ପଦକ୍ଷେପ ନିଆଯାଇଛି । ଏ ସମସ୍ତ ଘଟଣାର ଉତ୍ତର ରଖିଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ , ସେ କହିଛନ୍ତି ।
ସମୟ କହିବ ଆଗକୁ କଣ ହେବ । ଓଡ଼ିଶାର ଜନ ସାଧାରଣ ସେ ନିଷ୍ପତ୍ତି ନେବେ । ବିଜେପି ଏଭଳି ଦିବା ସ୍ୱପ୍ନ ଦେଖିବା ଛାଡ଼ନ୍ତୁ । ୪ ମାସ ମଧ୍ୟରେ କିଏ ଆଇସିୟୁ କୁ ଯାଇଛି ତାହା ଓଡ଼ିଶାର ଲୋକେ ଦେଖୁଛନ୍ତି ଆଗକୁ ତାହାର ବିଚାର କରିବେ । ଏଥିସହ ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ଦକ୍ଷ ଅଫିସର ମାନଙ୍କୁ ଭଲ ସ୍ଥାନରେ ପୋଷ୍ଟିଂ କରିବା ପାଇଁ ଦାବି କରାଯାଇ ଥାଏ । ସେଥିରେ କିଛି ନୂଆ ନାହିଁ ।
ଆଉ ରାସନ ଚାଉଳ ଲୋକେ ଖାଆନ୍ତି ନାହିଁ ବୋଲି ବିଜେପି ବିଧାୟକ ଯାହା କହିଲେ ତାହା ଜଣେ ନେତା ମନ୍ତବ୍ୟ ଦେବା ଠିକ ନୁହେଁ ,ଏଭଳି ଅରୁଚିକର ମନ୍ତବ୍ୟରୁ କ୍ଷାନ୍ତ ରୁହନ୍ତୁ । ଗରିବ ଲୋକଙ୍କ ପ୍ରତି ତାଙ୍କର ଦାୟିତ୍ୱ କଣ ପ୍ରଥମେ ବୁଝନ୍ତୁ ପରେ ଏ ସମ୍ବେଦନଶୀଳ ଘଟଣା ଉପରେ ମନ୍ତବ୍ୟ ରଖନ୍ତୁ ।