କନକ ବ୍ୟୁରୋ: କଂଗ୍ରେସର ଦୁଇ ବରିଷ୍ଠ ନେତାଙ୍କୁ ମାନହାନି ନୋଟିସ୍ ପଠାଇଛନ୍ତି ମହାରାଷ୍ଟ୍ର ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୁପ୍ରିୟା ଶ୍ରୀନେଟ ଏବଂ ରାହୁଲ ଗାନ୍ଧିଙ୍କୁ ଏହି ନୋଟିସ୍ ପଠାଇଛନ୍ତି । ତାଙ୍କ ବିରୁଦ୍ଧରେ ଭୋଟ୍ ପାଇଁ ଟଙ୍କା ବାଣ୍ଟିଥିବାର ମିଛ ଅଭିଯୋଗ ଆଣିବା ଉପରେ ସେ କ୍ଷମା ମାଗିବାକୁ କହିଛନ୍ତି, ନଚେତ୍ ଶହେ କୋଟି ଟଙ୍କାର ମାନହାନୀ ମାମଲାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି ତାୱଡେ । ମଙ୍ଗଳବାର ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ପଡ଼ିବାର ଦିନକ ପୂର୍ବରୁ ହାଇଡ୍ରାମା ଦେଖିବାକୁ ମିଳିଥିଲା । ପାଲଘର ଜିଲ୍ଲାର ଏକ ହୋଟେଲରେ ତାୱଡେ ସ୍ଥାନୀୟ ପ୍ରାର୍ଥୀଙ୍କୁ ୫ କୋଟି ଟଙ୍କା ଦେଇଥିବା ବାହୁଜନ ବିକାଶ ଅଘାଡି ନେତା ହିତେନ୍ଦ୍ର ଠାକୁର ଅଭିଯୋଗ କରିଥିଲେ । ତାୱଡେ ଏସବୁ ଟଙ୍କା ଭୋଟ୍ ପାଇଁ ବାଣ୍ଟିଥିବା ଅଭିଯୋଗ ଆଣିଥିଲେ ଠାକୁର । ଏହି ସମୟର କିଛି ଭିଡିଓ ଭାଇରାଲ୍ ହେବା ପରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ନେତା ତାୱଡେଙ୍କୁ ଘେରିଥିଲେ । ଏହାପରେ ନିର୍ବାଚନ ଆୟୋଗ ମଧ୍ୟ ତାୱଡେଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ କରିଥିଲେ ।
କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେ, ବିରୋଧୀ ଦଳ ନେତାଙ୍କୁ ମାନହାନି ନୋଟିସ । ଟଙ୍କା ଭୋଟ୍ ପାଇଁ ବାଣ୍ଟିଥିବା ଅଭିଯୋଗ କରିଥିଲେ ।
କ୍ଷମା ଦାବି କରି ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କଲେ ମହାରାଷ୍ଟ୍ର ବିଜେପି ପ୍ରଦେଶ ମୁଖ୍ୟ ବିନୋଦ ତାୱଡେ । ପ୍ରାର୍ଥୀଙ୍କୁ ବିଜେପି ନେତା ୫କୋଟି ଟଙ୍କା ଦେଇଥିବା ଅଭିଯୋଗ କରିଥିଲେ ମହାବିକାଣ ଅଘାଡି ନେତା ହିତେନ୍ଦ୍ର ଠାକୁର ।