କନକ ବ୍ୟୁରୋ; ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡିର ଗଡ କୁହାଯାଉଥିବା ଯାଜପୁରରେ ବଦଳିଯାଇଛି ଚିତ୍ର । ଏକଦା ବବି, ଜିତୁଙ୍କ ଅଭେଦ୍ୟ ଗଡ ପାଲଟିଥିବା ଯାଜପୁରରେ ଦମ୍ ଦେଖାଇଛନ୍ତି ଧର୍ମଶାଳା ବିଧାୟକ । ନେଉଳପୁରରୁ ଜାରକା ସଭାସ୍ଥଳ ପର୍ଯ୍ୟନ୍ତ ରାଜ୍ୟ ବିଜେପି ସଭାପତିଙ୍କ ସହ ବିଶାଳ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଛନ୍ତି ହିମାଂଶୁ । ଏଥିସହ ଜାରକାରେ ଆୟୋଜିତ ମହାମିଶ୍ରଣ ପର୍ବରେ ମନମୋହନଙ୍କ ଉପସ୍ଥିତିରେ ଧର୍ମଶାଳା ଓ ରସୁଲପୁର ବ୍ଲକର ୭୦ରୁ ଅଧିକ ସରପଂଚ, ସମିତି ସଭ୍ୟ ଓ ସଭ୍ୟାଙ୍କୁ ପଦ୍ମ ଧରାଇ ପାୱାର ସୋ କରିଛନ୍ତି ।
ଏହି ଅବସରରେ ରତ୍ନଗର୍ଭା ଯାଜପୁର ଜିଲ୍ଲା ବିଜୁ ଜନତା ଦଳ ଦଖଲରେ ଥିଲେ ବି ବିକାଶ ଅପହଂଚ ଥିବା କହି ବର୍ଷିଛନ୍ତି ମନମୋହନ । ଶାସନରେ ଥିବା ନେତାମାନେ ଖଣିଠାରୁ ଆରମ୍ଭ କରି ବିଭିନ୍ନ ଲୁଟରେ ସମ୍ପୃକ୍ତ ଥିଲେ ବୋଲି ଅଭିଯୋଗ କରିଛନ୍ତି । ଧର୍ମଶାଳାରେ ପରିବାରବାଦର ଅନ୍ତ ହୋଇଛି ଓ ଆଗାମି ଦିନରେ ଏହି ଅଂଚଳ ଆହୁରି ବିକଶିତ ହେବ ବୋଲି କହିଛନ୍ତି ଧର୍ମଶାଳା ବିଧାୟକ ।
ଏହି ସମାବେଶରେ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଯାଜପୁର ସାଂସଦ ଡକ୍ଟର ରବୀନ୍ଦ୍ର ବେହେରା, ବଡଚଣା ବିଧାୟକ ଆମର କୁମାର ନାୟକ, କୋରେଇ ବିଧାୟକ ଆକାଶ ଦାସନାୟକ ପ୍ରମୁଖ ଯୋଗଦେଇ ଆଗମୀ ଦିନରେ ଯାଜପୁର ଜିଲ୍ଲା ଅଧିକ ବିକଶିତ ଓ ଶସକ୍ତ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/10/bjd-2025-09-10-19-56-08.jpg)