Photograph: (KANAKNEWS)
କନକବ୍ୟୁରୋ : ଚଣ୍ଡିଗଡ଼ର ମେୟର ନିର୍ବାଚନରେ ବିଜେପି ବିଜୟୀ ହୋଇଛି । ବିଜେପି ପ୍ରାର୍ଥୀ ସୌରଭ ଯୋଶୀ ଚଣ୍ଡିଗଡ଼ର ନୂଆ ମେୟର ନିର୍ବାଚିତ ହୋଇଛନ୍ତି । ତ୍ରିକୋଣୀୟ ନିର୍ବାଚନରେ ଯୋଶୀ କଂଗ୍ରେସ ଓ ଆମ ଆଦମୀ ପାର୍ଟିର ପ୍ରାର୍ଥୀଙ୍କୁ ପରାଜିତ କରିଥିଲେ। ବିଜେପି ପ୍ରାର୍ଥୀ ୧୮ଟି ଭୋଟ ପାଇଥିବା ବେଳେ କଂଗ୍ରେସର ଗୁରପ୍ରୀତ ସିଂହ ଗବ୍ବିଙ୍କୁ ୭ ଓ ଆପ୍ର ଯୋଗେଶ ଢିଙ୍ଗରାଙ୍କୁ ୧୧ଟି ଭୋଟ ମିଳିଥିଲା । ବିଜେପିର ଯଶମନପ୍ରୀତ ସିଂହ ସିନିଅର ଡେପୁଟି ମେୟର ହୋଇଛନ୍ତି ।
ଅଧିକ ପଢନ୍ତୁ..ସ୍ବାମୀଙ୍କ ଆକ୍ରମଣରେ ଦିଲ୍ଲୀ ପୁଲିସର ମହିଳା କନଷ୍ଟେବଲଙ୍କ ମୃତ୍ୟୁ
ସିନିଅର ଡେପୁଟି ମେୟର ଓ ଡେପୁଟି ମେୟର ପଦବୀ ପାଇଁ ମଧ୍ୟ କଡ଼ା ମୁକାବିଲା ହୋଇଥିଲା । ୨୦୨୨ ପରେ ପ୍ରଥମ ଥର ତିନି ଦଳ ଅଲଗା ଅଲଗା ନିର୍ବାଚନ ଳଢ଼ୁଛନ୍ତି। ନଗର ନିଗମର ୩୫ କାଉନସିଲର ଏବଂ ସ୍ଥାନୀୟ ସାଂସଦଙ୍କୁ ନେଇ ମୋଟ ୩୬ ଭୋଟ ଥିବାବେଳେ ବିଜେପି ପାଖରେ ସର୍ବାଧିକ ୧୮ଟି କାଉନସିଲର ଅଛନ୍ତି । ଆପ୍ ପାଖରେ ୧୧ ଏବଂ କଂଗ୍ରେସ ପାଖରେ ୬ କାଉନସିଲର ଥିବାବେଳେ ସାଂସଦ (ମନିଷ ତିୱାରି)ଙ୍କ ଅତିରିକ୍ତ ଭୋଟ ରହିଥିଲା ।
Follow Us