କନକ ବ୍ୟୁରୋ: ଗୃହ ଅଚଳାବସ୍ଥା ନେଇ ବର୍ଷିଲେ ପୃଥ୍ୱୀରାଜ ହରିଚନ୍ଦନ । କହିଲେ,ଷଡଯନ୍ତ୍ର କରି ଗୃହକୁ ବନ୍ଦ କରିଦିଆଯାଉଛି । ରାଜନୈତିକ ଉଦ୍ଦେଶ୍ୟରେ ଡ୍ରାମା ଚାଲିଛି, ସେମାନେ ଜାଣିଶୁଣି ଏଭଳି କରିଛନ୍ତି । ବିଶୃଙ୍ଖଳା କରି ସମୟ ନଷ୍ଟ କରିବାକୁ ସେମାନେ ଉଦ୍ୟମ କରୁଛନ୍ତି । କଂଗ୍ରେସ ବିଧାୟକମାନଙ୍କୁ ଆମ ତରଫରୁ ସମସ୍ତେ ବାରମ୍ବାର ଅନୁରୋଧ କରିଥିଲୁ ଯାହା କହିବାର ଅଛି କୁହନ୍ତୁ କିନ୍ତୁ ଶାନ୍ତିଶୃଙ୍ଖଳା ସହ ଗୃହ ଚଳାଇବାକୁ ଦିଅନ୍ତୁ । କଂଗ୍ରେସ ଦଳ ସେ କଥାକୁ ଅଗ୍ରାହ୍ୟ କରିଛି କାରଣ ତାଙ୍କର ଏଭଳି କରିବା ପାଇଁ ଦିଲ୍ଲୀରୁ ନିର୍ଦ୍ଦେଶ ଆସିଛି । ସ୍ଥିତି ବଞ୍ଚାଇବାକୁ କଂଗ୍ରେସ ଏହା ଗୋଟିଏ ନାଟକ ।
ସେ ଆହୁରି ମଧ୍ୟ କହିଛନ୍ତି,ସସ୍ପେଣ୍ଡ ହେବା ପରେ ସେ ଗୃହରୁ ଯିବା କଥା କିନ୍ତୁ ସେ ସେଭଳି ନ କରି ସାରା ରାତି ବିଧାନସଭା ପରିସରରେ ଶୋଇ ରହିଲେ । ବିଧାୟକମାନଙ୍କ ସହ ଆସିଥିବା କିଛି ଅସାମାଜିକ ଯୁବକ ବିଧାନସଭା ପରିସରେ ଗଣ୍ଡଗୋଳ ମଧ୍ୟ କରିଥିଲେ । ରାଜନୈତିକ ଚକ୍ରାନ୍ତ କରି ବିଧାନସଭାକୁ ବନ୍ଦ କରିବାର ଚେଷ୍ଟା ଏବଂ ଓଡିଶାର ବିକାଶରେ ଯେଉଁ ବାଧା ସୃଷ୍ଟି କରୁଛନ୍ତି ଏହାକୁ ବରଦାସ୍ତ କରାଯିବ ନାହିଁ ।
ପ୍ରେସ୍ମିଟ୍ରେ ଆଇନ ମନ୍ତ୍ରୀ ବିଜେଡି ଉପରେ ମଧ୍ୟ ବର୍ଷିଛନ୍ତି । କହିଛନ୍ତି,କଂଗ୍ରେସକୁ ଘଣ୍ଟ ଘୋଡାଉଛି ବିଜେଡି । ସେମାନେ ସାଙ୍ଗ ହୋଇ ଗୃହକୁ ଅଚଳ କରୁଛନ୍ତି । ବିଜେଡି ଆଇନଶୃଙ୍ଖଳା କଥା କହିବା ଲଙ୍କାରେ ହରିଶବ୍ଦ ଭଳି । ମହିଳାଙ୍କ ସୁରକ୍ଷା ପାଇଁ ମୋହନ ସରକାର ସଜାଗ ଅଛନ୍ତି ଓ ରହିବେ ମଧ୍ୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/03/26/jrqu8Osrn3DxbRaSPJ57.jpg)