କନକ ବ୍ୟୁରୋ : ହରିୟାଣାରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ସରକାର ଗଠନ କରିବାକୁ ବିଜେପି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ଆଜି ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ନାୟବ ସିଂହ ସୈନୀ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କୁ ମଧ୍ୟ ଭେଟିଛନ୍ତି ନାୟବ ସିଂ । ଦଶହରାରେ ହରିୟାଣାରେ ସରକାର ଗଠନ କରିବା ସହ ନାୟବ ସିଂହ ସୈନୀଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିପାରେ ବିଜେପି । ଏହାପୂର୍ବରୁ ବିଧାୟକ ଦଳ ବୈଠକରେ ବିଧାୟକ ଦଳର ନେତା ଭାବେ ଚୟନ କରାଯିବ । ହରିୟାଣା ବିଧାନସଭାରେ ୯୦ ବିଶିଷ୍ଠ ଆସନରେ ବିଜେପି ୪୮ଟି ସିଟ୍ ଓ କଂଗ୍ରେସ ୩୭ସିଟ୍ ଜିତିଛି । ଏଠାରେ ଲଗାତାର ତୃତୀୟ ବିଜୟ ହାସଲ କରିଛି ବିଜେପି । ନାୟବ ସିଂହ ସୈନୀଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ହରିୟାଣାରେ ସରକାର ଗଠନ ପାଇଁ ବିଜେପିର ପ୍ରସ୍ତୁତି । ଦିଲ୍ଲୀରେ ଶୀର୍ଷ ନେତୃତ୍ୱଙ୍କୁ ଭେଟିଲେ ନାୟବ ସିଂ ସୈନୀ
ଦଶହରାରେ ହରିୟାଣାରେ ସରକାର ଗଠନ କରିବା ସହ ନାୟବ ସିଂହ ସୈନୀଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିପାରେ ବିଜେପି । ଏହାପୂର୍ବରୁ ବିଧାୟକ ଦଳ ବୈଠକରେ ବିଧାୟକ ଦଳର ନେତା ଭାବେ ଚୟନ କରାଯିବ । ହରିୟାଣା ବିଧାନସଭାରେ ୯୦ ବିଶିଷ୍ଠ ଆସନରେ ବିଜେପି ୪୮ଟି ସିଟ୍ ଓ କଂଗ୍ରେସ ୩୭ସିଟ୍ ଜିତିଛି ।