ପଶ୍ଚିମ ଓଡ଼ିଶାରେ ବିଜେପିର ପାୱାର ସୋ': ମୋଦୀ ମୋଦୀ ନାରାରେ କମ୍ପିଲା ଝାରସୁଗୁଡ଼ା

Advertisment

ନୂଆପଡା ଉପନିର୍ବାଚନ ପୂର୍ବରୁ ପଶ୍ଚିମ ଓଡ଼ିଶାରେ ପାୱାର ସୋ କରିଛନ୍ତି ପ୍ରଧାନମନ୍ତ୍ରୀ । ବିଜେପିର ଯୁବ ସମାବେଶ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୋଦୀ । ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବା ପରେ ରୋଡ ସୋରେ ସଭାସ୍ଥଳ ଅଭିମୁଖେ ବାହାରିଥିଲେ ମୋଦୀ ।

ନୂଆପଡା ଉପନିର୍ବାଚନ ପୂର୍ବରୁ ପଶ୍ଚିମ ଓଡ଼ିଶାରେ ପାୱାର ସୋ କରିଛନ୍ତି ପ୍ରଧାନମନ୍ତ୍ରୀ । ବିଜେପିର ଯୁବ ସମାବେଶ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୋଦୀ । ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବା ପରେ ରୋଡ ସୋରେ ସଭାସ୍ଥଳ ଅଭିମୁଖେ ବାହାରିଥିଲେ ମୋଦୀ ।

ko

Photograph: (kanak news)

କନକ ବ୍ୟୁରୋ: ଝାରସୁଗୁଡାରେ ବିଜେପିର ଯୁବ ସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀଙ୍କ ଆସିବାଠାରୁ ଆରମ୍ଭ କରି ଫେରିବା ପର୍ଯ୍ୟନ୍ତ, ହଜାର ହଜାର ବିଜେପି କର୍ମୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଅଦ୍ଭୁତପୂର୍ବ ଜୋଶ । ମୋଦୀଙ୍କୁ ଭବ୍ୟ ସ୍ବାଗତ ସହ ପଶ୍ଚିମ ଓଡ଼ିଶାରେ ବିଜେପି କରିଛି ନିଜର ଶକ୍ତି ପ୍ରଦର୍ଶନ । 

ନୂଆପଡା ଉପନିର୍ବାଚନ ପୂର୍ବରୁ ପଶ୍ଚିମ ଓଡ଼ିଶାରେ ପାୱାର ସୋ କରିଛନ୍ତି ପ୍ରଧାନମନ୍ତ୍ରୀ । ବିଜେପିର ଯୁବ ସମାବେଶ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୋଦୀ । ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବା ପରେ ରୋଡ ସୋରେ ସଭାସ୍ଥଳ ଅଭିମୁଖେ ବାହାରିଥିଲେ ମୋଦୀ । ୨ କିଲୋମିଟର ବ୍ୟାପୀ ରୋଡ ସୋ କରି ଲୋକଙ୍କୁ ଅଭିବାଦନ ଜଣାଇଥିଲେ । ହଜାର ହଜାର ସଂଖ୍ୟାରେ ଲୋକ ରାସ୍ତାକଡରେ ଛିଡା ହୋଇ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ମୋଦୀଙ୍କ ଗୋଟିଏ ଝଲକ ପାଇବାକୁ ଛାତ ଉପରକୁ ଚଢିଥିଲେ ଅନେକ ଲୋକ । ପାରମ୍ପରିକ ବାଦ୍ୟଯନ୍ତ୍ର  ବଜାଇ ଓ ଲୋକକଳା ପ୍ରଦର୍ଶନ କରି ମୋଦୀଙ୍କୁ ସ୍ବାଗତ କରିଥିଲେ ଝାରସୁଗୁଡାବାସୀ । 

ମଞ୍ଚରେ ପହଞ୍ଚିବା ପରେ ମୋଦୀ ମୋଦୀ ନାରାରେ ପ୍ରକମ୍ପିତ ହୋଇ ଉଠିଥିଲା ପୂରା ସଭାସ୍ଥଳ। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମନ୍ତ୍ରୀ, ସାଂସଦ ଓ ବିଧାୟକ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ମଞ୍ଚ ଉପରୁ ହାତ ହଲାଇ ହଜାର ହଜାର ଲୋକଙ୍କୁ ଅଭିଭାଦନ ଜଣାଇଥିଲେ ମୋଦୀ। ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀଙ୍କୁ କର୍ମଠ କହିବା ସହ ତାଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିଛନ୍ତି। କହିଛନ୍ତି ଆଗକୁ ଚିପ୍‌ରୁ ସିପ୍‌ ନିର୍ମାଣରେ ଆତ୍ମନିର୍ଭର ହେବ ଭାରତ। ଏଥିରେ ପ୍ରମୁଖ ଭୂମିକା ତୁଲାଇବ ଓଡ଼ିଶା। ଅନ୍ୟପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବ।

ପ୍ରଧାନମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତ ସହ ବିଜେପି ନିଜର ସାଙ୍ଗଠନିକ ଦକ୍ଷତାକୁ ସାମ୍ନାକୁ ଆଣିଛି। ହଜାର ହଜାର ଯୁବ ନେତୃତ୍ବ ଏକାଠି ହୋଇ ପଶ୍ଚିମ ଓଡ଼ିଶାରେ ଦେଖାଇଛନ୍ତି ପାୱାର ସୋ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe