ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ହତ୍ୟା ଧମକ ! ଦଶପଲ୍ଲା ବିଜେପି ବିଧାୟକ ପ୍ରାର୍ଥୀ ରାଘବ ମଲ୍ଲିକଙ୍କୁ ଫୋନ ଯୋଗେ ହତ୍ୟା ଧମକ

ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ହତ୍ୟା ଧମକ ! ଦଶପଲ୍ଲା ବିଜେପି ବିଧାୟକ ପ୍ରାର୍ଥୀ ରାଘବ ମଲ୍ଲିକଙ୍କୁ ଫୋନ ଯୋଗେ ହତ୍ୟା ଧମକ । ଦଶପଲ୍ଲା ବ୍ଲକର ପୂର୍ବତନ ଭାଇସ ଚେୟାରମ୍ୟାନ ନାଁରେ ଵାଣିଗୋଚ୍ଛା ଥାନାରେ ଏତଲା ।ଖୋଳତାଡ଼ କରୁଛି ପୋଲିସ୍ ।

threatening

କନକ ବ୍ୟୁରୋ: ଦଶପଲ୍ଲାର ବିଜେପି ବିଧାୟକ ପ୍ରାର୍ଥୀ ରାଘବ ମଲ୍ଲିକଙ୍କ ଫୋନ ଯୋଗେ ହତ୍ୟା ଧମକ  । ଅଶ୍ଳୀଳ ଗାଳି ସହ ହତ୍ୟା ଧମକ ଦେଇଛନ୍ତି ଦଶପଲ୍ଲା ବ୍ଲକର ପୂର୍ବତନ ଭାଇସ ଚେୟାରମ୍ୟାନ ବସନ୍ତ ପ୍ରଧାନ  । ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ  ।

ପୂର୍ବତନ ବ୍ଲକ ଭାଇସ ଚେୟାରମ୍ୟାନ ବସନ୍ତଙ୍କର ଵାଣିଗୋଚ୍ଛା ନିକଟରେ ଏକ ଢ଼ାବା ରହିଛି । ଏହା ଉପରେ ବୁଲଡୋଜର ଚଳାଇବାକୁ ରାଘବ ମସୁଧା କରୁଥିବା ଶୁଣିବାକୁ ପାଇଥିଲେ ବସନ୍ତ । ଏଥିରେ ପ୍ରତିକ୍ରିୟାଶୀଳ ହୋଇ ବସନ୍ତ, ରାଘବଙ୍କୁ ଫୋନ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଛନ୍ତି  । ଗଳା କାଟି ହତ୍ୟା କରିବାକୁ ଧମକ ଦେଉଛନ୍ତି । ଏହାର ଅଡିଓ ମଧ୍ୟ ଭାଇରଲ ହେବାରେ ଲାଗିଛି  । ଏନେଇ ରାଘବ ବାଣିଗୋଚ୍ଛା  ଥାନାରେ ଅଭିଯୋଗ କରିଥିଲା ବେଳେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି  । ତେବେ ଏହା ଦଳୀୟ ନୁହେଁ ବରଂ ବ୍ୟକ୍ତିଗତ ବୋଲି ଜିଲ୍ଲା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe