କନକ ବ୍ୟୁରୋ: ଦଶପଲ୍ଲାର ବିଜେପି ବିଧାୟକ ପ୍ରାର୍ଥୀ ରାଘବ ମଲ୍ଲିକଙ୍କ ଫୋନ ଯୋଗେ ହତ୍ୟା ଧମକ । ଅଶ୍ଳୀଳ ଗାଳି ସହ ହତ୍ୟା ଧମକ ଦେଇଛନ୍ତି ଦଶପଲ୍ଲା ବ୍ଲକର ପୂର୍ବତନ ଭାଇସ ଚେୟାରମ୍ୟାନ ବସନ୍ତ ପ୍ରଧାନ । ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ପୂର୍ବତନ ବ୍ଲକ ଭାଇସ ଚେୟାରମ୍ୟାନ ବସନ୍ତଙ୍କର ଵାଣିଗୋଚ୍ଛା ନିକଟରେ ଏକ ଢ଼ାବା ରହିଛି । ଏହା ଉପରେ ବୁଲଡୋଜର ଚଳାଇବାକୁ ରାଘବ ମସୁଧା କରୁଥିବା ଶୁଣିବାକୁ ପାଇଥିଲେ ବସନ୍ତ । ଏଥିରେ ପ୍ରତିକ୍ରିୟାଶୀଳ ହୋଇ ବସନ୍ତ, ରାଘବଙ୍କୁ ଫୋନ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଛନ୍ତି । ଗଳା କାଟି ହତ୍ୟା କରିବାକୁ ଧମକ ଦେଉଛନ୍ତି । ଏହାର ଅଡିଓ ମଧ୍ୟ ଭାଇରଲ ହେବାରେ ଲାଗିଛି । ଏନେଇ ରାଘବ ବାଣିଗୋଚ୍ଛା ଥାନାରେ ଅଭିଯୋଗ କରିଥିଲା ବେଳେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଏହା ଦଳୀୟ ନୁହେଁ ବରଂ ବ୍ୟକ୍ତିଗତ ବୋଲି ଜିଲ୍ଲା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି ।