BJP Photograph: (KANAK NEWS)
କନକ ବ୍ୟୁରୋ: ବିହାରରେ ଧର୍ମେନ୍ଦ୍ର ଓ ନୂଆପଡ଼ାରେ ମୋହନ-ମନମୋହନଙ୍କ ଗୋଟିଚାଳନାରେ ବିଜୟ ମୁକୁଟ ପିନ୍ଧିଛି ବିଜେପି । ବିହାର ଫଳାଫଳ ଜାତୀୟ ରାଜନୀତିରେ ଧର୍ମେନ୍ଦ୍ରଙ୍କୁ ନୂଆ ରଣନୀତିକାର ଭାବେ ସାମ୍ନାକୁ ଆଣିଛି । ଅନ୍ୟପଟେ ଉପ-ନିର୍ବାଚନ ଫଳାଫଳ ମୋହନ-ମନମୋହନଙ୍କୁ ଯେତିକି ଉତ୍ସାହିତ କରିଛି ଏହାର ସଫଳତା ଯେପରି ନୂଆପଡାରେ ଅଟକି ନଯିବ ତାହା ସେତିକି ଚ୍ୟାଲେଞ୍ଜମୟ ହୋଇଛି ।
ନୂଆପଡ଼ା ଦଖଲ କରିଛି ବିଜେପି,ବିଜେଡି ଗଡକୁ ଭାଙ୍ଗିଛନ୍ତି ମୋହନ-ମନମୋହନଙ୍କ ଯୋଡ଼ି । ଲୋକପ୍ରିୟତାର ପରୀକ୍ଷା ଦେଇ ଆହୁରି ଲୋକପ୍ରିୟ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିରୋଧୀଙ୍କ ସବୁ ଅଙ୍କ ଓ ରଣନୀତିକୁ ମାତ୍ ଦେଇ ରେକର୍ଡ ବିଜୟର ସୂତ୍ରଧର ସାଜିଛନ୍ତି ଏହି ଯୋଡ଼ି । ନୂଆପଡ଼ା ମୋହନଙ୍କ କାମରେ ମୋହର ମାରିଛି ଏବଂ ମନମୋହନଙ୍କ ସାଙ୍ଗଠନିକ ଦକ୍ଷତାକୁ ସାର୍ଟିଫିକେଟ୍ ଦେଇଛି । ମୋହନଙ୍କ ନେତୃତ୍ବରେ ପ୍ରଥମ ନିର୍ବାଚନରେ ସଫଳତା ପାଇଛି ବିଜେପି । ତେବେ ଏହି ବିଜୟ ଧାରାକୁ ବଜାୟ ରଖିବା ବଡ଼ ଚ୍ୟାଲେଞ୍ଜ । ନୂଆପଡ଼ାରେ ପଦ୍ମ ଫୁଟାଇଥିବା ଜୟ ଢୋଲକିଆଙ୍କ ପାଇଁ ରାଜ୍ୟ କାର୍ଯ୍ୟାଳୟରେ ଭବ୍ୟ ଉତ୍ସବ ପାଳନ ହୋଇଛି । ବିଜୟ ଉତ୍ସବରେ ନବୀନଙ୍କ ବେଇମାନ ଉପାଖ୍ୟାନର ଜବାବ ଦେଇଛନ୍ତି ମୋହନ ।
ଆହୁରି ପଢ଼ନ୍ତୁ... ଅଷ୍ଟମ ପଢ଼ିଥିଲେ ପାଇବେ ଆର୍ମି ଚାକିରି ; ଭାରତୀୟ ସେନାରେ ବାହାରିଲା ବଡ଼ ନିଯୁକ୍ତି
ବିହାରରେ ସବୁ ଆକଳନ, ଏକଜିଟ୍ ପୋଲର ରିପୋର୍ଟକୁ ପଛରେ ପକାଇ ଏକତରଫା ବିଜୟ ହାସଲ କଲା ଏନ୍ଡିଏ । ଏହି ବିଜୟ ପଛର ସବୁଠୁ ବଡ ସୂତ୍ରଧର ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିହାରରେ ଧର୍ମେନ୍ଦ୍ରଙ୍କ ସଠିକ୍ ଗୋଟିଚାଳନାରେ ବିଜେପି ହୋଇଛି ଏକ ନମ୍ବର । ଖାଲି ସେତିକି ନୁହେଁ ଜାତୀୟ ରାଜନୀତିରେ ବଢିଛି ଧର୍ମେନ୍ଦ୍ରଙ୍କ କାଟତି । ଦଳର କ୍ରାଇସିସ ମ୍ୟାନେଜର, ଶ୍ରେଷ୍ଠ ଷ୍ଟ୍ରାଟେଜିଷ୍ଟ ଭାବେ ଜଣାଶୁଣା ଧର୍ମେନ୍ଦ୍ରଙ୍କ ନିର୍ବାଚନୀ ପରିଚାଳନା ଟ୍ରାକ ରେକର୍ଡ ବିଜେପିକୁ ଅନେକ ରାଜ୍ୟରେ ବ୍ୟାକଫୁଟରୁ ଫ୍ରଣ୍ଟଫୁଟକୁ ଆଣିଛି । ହରିୟାଣା, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶରେ ଦଳ ସଙ୍କଟଜନକ ସ୍ଥିତିରେ ଥିବା ବେଳେ ସଫଳତା ଦେଇଛନ୍ତି ଧର୍ମେନ୍ଦ୍ର । ସେହିଭଳି ନନ୍ଦୀଗ୍ରାମରେ ମମତାଙ୍କୁ ହରାଇବା ପଛରେ ଧର୍ମେନ୍ଦ୍ରଙ୍କର ଥିଲା ବଡ଼ ହାତ। ଜାତୀୟ ରାଜନୀତିରେ ଧର୍ମେନ୍ଦ୍ରଙ୍କ ଦବଦବା ବଢୁଥିବା ବେଳେ ଓଡ଼ିଶାରେ ମୋହନ-ମନମୋହନଙ୍କ ଗ୍ରହଣୀୟତା ବଢୁଛି ।
Follow Us