କନକ ବ୍ୟୁରୋ: ୨୦୨୭ ପୌର ଓ ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି ବିଜେପି ତାର ଘର ସଜାଡ଼ିବାକୁ ପ୍ରୟାସ ଜୋରଦାର କରିଛି । ଅନ୍ୟପକ୍ଷରେ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେଡ଼ି ଓ କଂଗ୍ରେସର ଗଡ଼ ଭାଙ୍ଗିବାକୁ ବଡ଼ ଯୋଜନା ବି କରିଛି । ବିଜେଡିର ସରପଞ୍ଚ, ସମିତିସଭ୍ୟଙ୍କୁ ନିଜ ଦଳକୁ ଆଣି ଦଳକୁ ମଜଭୂତ କରୁଛି ବିଜେପି ।

Advertisment

ଆଜି ବିଜେପିରେ ଶତାଧିକ ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ନାଏବ ସରପଞ୍ଚ ସାମିଲ ହୋଇଛନ୍ତି । ଜୟପୁର ବ୍ଲକ ଅଧ୍ୟକ୍ଷ ତିଳୋତ୍ତମା ମୁଦୁଲି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କ ସହ ୧୪ଜଣ ସରପଞ୍ଚ ଏବଂ ସମିତିସଭ୍ୟ ମଧ୍ୟ ଗେରୁଆ ଶିବିରକୁ ଲମ୍ଫ ଦେଇଛନ୍ତି । କଟକ ବିଜେଡି ଉପସଭାପତି ଆଦିତ୍ୟ ପାଣିଙ୍କ ନେତୃତ୍ୱରେ ମଧ୍ୟ ଅନେକ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ଯାଜପୁରରେ ପ୍ରଣବ ପ୍ରକାଶ ଦାସଙ୍କ ଅଞ୍ଚଳର ଏକାଧିକ ସରପଞ୍ଚ ଏବଂ ପୂର୍ବତନ ସରପଞ୍ଚ ବିଜେପିରେ ମିଶିଛନ୍ତି । ମୋଟ୍‌ ୧୪୮ଜଣ ସରପଞ୍ଚ, ପୂର୍ବତନ ସରପଞ୍ଚଙ୍କ ସହ ବିଜେଡି ଓ କଂଗ୍ରେସ କର୍ମୀ ସାମିଲ ହୋଇଛନ୍ତି । ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏମାନେ ବିଜେପିରେ ମିଶିଛନ୍ତି।

  • ମିଶ୍ରଣ ଭିତରେ ବଢୁଛି ସଂଗଠନ
  • ଆଗକୁ ଜିଲ୍ଲା ବୁଲିବେ ରାଜ୍ୟ ସଭାପତି ଓ ଶୀର୍ଷ ନେତୃତ୍ୱ

ସଙ୍ଗଠନ ସଜାଡ଼ିବା ଓ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବା ପାଇଁ ଜିଲ୍ଲା ଗସ୍ତ କରିବେ ତୁଙ୍ଗ ନେତା

  • ଜିଲ୍ଲା ବୁଲିବେ ରାଜ୍ୟ ସଭାପତି, ଉପସଭାପତିଙ୍କ ସମେତ ରାଜ୍ୟସ୍ତରୀୟ ବଡ଼ ବଡ଼ ନେତା
  • ମୋଦୀ ଦେଇଥିବା ମନ୍ତ୍ରକୁ କାର୍ଯ୍ୟକାରୀ କରି ନୂଆ ଢଙ୍ଗରେ ସଂଗଠନକୁ ପ୍ରସ୍ତୁତ କରିବେ
  • ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା କିଭଳି ତଳସ୍ତରରେ ପହଞ୍ଚୁଛି ତାର ତଦାରଖ କରିବେ

ରାଜ୍ୟରେ ସରକାର ଗଢ଼ିବା ପରେ ପୌର ଓ ପଞ୍ଚାୟତ ନିର୍ବାଚନରେ କେମିତି ୨୦୧୭ଠାରୁ ଭଲ ପ୍ରଦର୍ଶନ କରିବ ସେଦିଗରେ ଜୋରଦାର ପ୍ରୟାସ କରୁଛି ଭାରତୀୟ ଜନତା ପାର୍ଟି।