କନକ ବ୍ୟୁରୋ: ଫେବୃଆରୀ ମାସ ସରିବାକୁ ବସିଲାଣି । କିନ୍ତୁ ବିଜେପି ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହୋଇପାରିନାହିଁ । ଏପରିକି ଏ ଯାଏଁ ପ୍ରକ୍ରିୟା ବି ଆରମ୍ଭ ହୋଇପାରିଲାନି । ନିଗମର ବିଭିନ୍ନ ପଦ ପଦବି ବି ଫାଙ୍କା ପଡିଛି। ଯେଉଁଥି ପାଇଁ ଆଗେଇ ପାରୁନି ସରକାରଙ୍କ ବିଭିନ୍ନ କାର୍ୟ୍ୟ ।
ଦିନ ପରେ ଦିନ ଗଡିଚାଲିଛି । କିନ୍ତୁ ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇପାରିନାହିଁ । ଦିଲ୍ଲୀରୁ ମଧ୍ୟ କୌଣସି ନିର୍ଦ୍ଦେଶ ଆସିନାହିଁ । ପ୍ରଥମ କୁହାଗଲା ଜାନୁଆରୀ, ପରେ କୁହାଗଲା ଫେବୃଆରୀ ।
ଏବେ ପ୍ରଭାରୀ କହୁଛନ୍ତି ମାର୍ଚ୍ଚ । ଆଉ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ନହେବାକୁ ସରକାରୀ କଳ ମନ୍ଥର ହୋଇଯାଇଛି । ବୋର୍ଡ ଓ ନିଗମ ଅଧ୍ୟକ୍ଷ ପଦ ଖାଲି ପଡିଛି । ୮ ମାସ ପରେ ବି ମନ୍ତ୍ରୀମଣ୍ଡଳରେ ୬ଟି ପଦ ଖାଲିପଡିଛି । କୁହାଯାଉଛି, ରାଜ୍ୟ ମଙ୍ଗୁଆଳ ଘୋଷଣା ହେବା ପରେ ଏସବୁର ସମାଧାନ ହେବ । ତେବେ ଏ ଯାଏଁ ରାଜ୍ୟ ସଭାପିତ ଘୋଷଣା ନେଇ ଏ ଯାଏଁ ପ୍ରକ୍ରିୟା ଆରମ୍ଭ ହୋଇନାହିଁ ବୋଲି କହିଛନ୍ତି ସାଂସଦ ତଥା ନିର୍ବାଚନ ପ୍ରଭାରୀ ।
ଦିଲ୍ଲୀ ନିର୍ଦ୍ଦେଶକୁ ଅପେକ୍ଷା
ମାର୍ଚ୍ଚ ୧୫ ସୁଦ୍ଧା ବିଜେପି ରାଜ୍ୟ ସଭାପତି
ରାଜ୍ୟ ବିଜେପି ସଭାପତି ଚୟନ ପାଇଁ ରାଜ୍ୟରେ ମାନସ ମନ୍ଥନ ଚାଲିଛି । ସେପଟେ ଦିଲ୍ଲୀରୁ ଏ ଯାଏଁ କୌଣସି ନିର୍ଦ୍ଦେଶ ଆସିନାହିଁ । ତେବେ ଓଡିଶା ଦାୟିତ୍ବରେ ଥିବା ନିର୍ବାଚନ ପ୍ରଭାରୀ ସଂଜୟ ଜୟସ୍ବାଲଙ୍କ ସହ ଆଲୋଚନା ହେବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ। କହିଛନ୍ତି, ଖୁବଶୀଘ୍ର ଏ ବାବଦରେ କେନ୍ଦ୍ରୀୟ ନେତୃତ୍ବ ନିଷ୍ପତ୍ତି ନେବ। ୧୫ ମାର୍ଚ୍ଚ ପୂର୍ବରୁ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା ଶେଷ ହେବ।
ବାଇଟ- ବିଜୟପାଲ ସିଂ ତୋମାର, ବିଜେପି ରାଜ୍ୟ ପ୍ରଭାରୀ
ଏବେ ୨୮ରେ ଓଡ଼ିଶା ଆସୁଛନ୍ତି ବିଜେପି ରାଜ୍ୟ ସଭାପତି ଜେ.ପି ନଡ୍ଡା । ସରକାରୀ କାର୍ୟ୍ୟକ୍ରମରେ ଆସୁଥିଲେ ବି ସଙ୍ଗଠନ ନେଇ ରାଜ୍ୟ ନେତୃତ୍ବଙ୍କ ସହ ଆଲୋଚନା କରିପାରନ୍ତି । ଏହାପରେ ବିଜେପି ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହୋଇପାରେ ।