କନକ ବ୍ୟୁରୋ : ବ୍ୟାସନଗର ପୌରାଞ୍ଚଳ ସ୍ଥିତ ଉମାପଦା ଗ୍ରାମର ଇତିଶ୍ରୀ ଜେନା ଓ ତାଙ୍କ ପରିବାର ଲୋକେ ଗତ ରବିବାର ଗ୍ୟାଙ୍ଗଟକ ବୁଲିବାକୁ ଯାଇଥିଲେ । ଯିବା ବାଟରେ ଘାଟିରୁ ଖସି ପଡ଼ିଥିଲା ତାଙ୍କ ଟୁରିଷ୍ଟ ଗାଡ଼ି । ଘଟଣାକୁ ୩ ଦିନ ବିତିଯାଇଥିଲେ ବି ଆଜି ଯାଏ ଇତିଶ୍ରୀଙ୍କ ସହ ତାଙ୍କ ସମ୍ପର୍କୀୟଙ୍କର କୌଣସି ଖୋଜଖବର ମିଳୁନାହିଁ ।
ରାତି ସମୟରେ ଘାଟିରୁ ତଳକୁ ଟୁରିଷ୍ଟ ଗାଡ଼ି । ଫଳରେ ଇତିଶ୍ରୀଙ୍କ ସହ ୪ଜଣ ନିଖୋଜ ହୋଇଗଲେ । ସେମାନେ ହେଲେ ଇତିଶ୍ରୀ ଜେନା, ତାଙ୍କ ବଡ଼ପୁଅ,ଭାଇ ଓ ଭାଉଜ । ଇତିଶ୍ରୀଙ୍କ ସାନପୁଅ ଓ ତାଙ୍କ ଭାଇଙ୍କ ପୁଅ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ଚିକିତ୍ସିତ ହେଉଛନ୍ତି । ନିଖୋଜଙ୍କୁ ଖୋଜିବା ପାଇଁ ଓଡ଼ିଶା ଏବଂ ସିକ୍କିମ୍ ସରକାରଙ୍କ ମିଳିତ ଉଦ୍ୟମ ଜାରି ରହିଛି । ଓଡ଼ିଶାର ରେସକ୍ୟୁ ଟିମ୍ ଗତକାଲି ଦୁର୍ଘଟଣା ସ୍ଥଳରେ ପହଞ୍ଚି ସାରିଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଦୁଃଖଦ ପରିବେଶ ସୃଷ୍ଟି କରିଛି । ଯାହାକୁ ନେଇ ଆଜି ବ୍ୟାସନଗର ବିଜେପି ପକ୍ଷରୁ କହ୍ନେଇପୁର ସ୍ଥିତ ଶିବ ମନ୍ଦିରରେ ସମୂହ ଦୀପ ଜାଳିଛନ୍ତି ।