ବିଜେପି କର୍ମୀଙ୍କୁ ଗାଡି ଚଢାଇ ହତ୍ୟା ; ମୃତକ ବିଧାୟକ ନାଉରୀ ନାଏକଙ୍କ ଘନିଷ୍ଠ

ସମ୍ବଲପୁର ଚିପିଲିମାରେ ବିଜେପି କର୍ମୀଙ୍କୁ ଗାଡ଼ି ଚଢାଇ ହତ୍ୟା ଅଭିଯୋଗ । କାରକୁ ପଛପଟୁ ତିନି ଥର ଧକ୍କା ଦେଲା ହାଇୱା ।  ପୂର୍ବତନ ବିଧାୟକ ନାଉରୀ ନାଏକଙ୍କ ୨ ଘନିଷ୍ଠ ସହଯୋଗୀଙ୍କ ମୃତ୍ୟୁ।  ଅନ୍ୟ ୨ ଗୁରୁତର ମେଡିଲାରେ ଭର୍ତ୍ତି । 

sssssssjj

କନକ ବ୍ୟୁରୋ: ବିଜେପି କର୍ମୀଙ୍କୁ ଗାଡ଼ି ଚଢାଇ ହତ୍ୟା ଅଭିଯୋଗ । ସମ୍ବଲପୁର ଚିପିଲିମା ନିକଟରେ ଏକ କାରକୁ ତିନି ଥର ଧକ୍କା ଦେଲା ହାଇୱା । ହାଇୱା ଧକ୍କାରେ ୨ ଜଣ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତକ ପୂର୍ବତନ ବିଧାୟକ ନାଉରୀ ନାୟକଙ୍କ ଘନିଷ୍ଠ ସହଯୋଗୀ । ଏମାନେ ନାଉରୀ ନାୟକଙ୍କ ସହ ଭୁବନେଶ୍ବର ଆସିଥିଲେ। ନାଉରୀଙ୍କ ବାସଭବନରୁ ନିଜ କାରରେ ଚିପିଲିମା ଫେରିବା ବେଳେ କଟାପାଲି ନିକଟରେ ୩ ଥର ଧକ୍କା ଦେଇଛି ହାଇୱା । ପୋଲିସ ଧକ୍କା ଦେଇଥିବା ହାଇୱାକୁ ଜବତ କରିଛି । କେହି ଜାଣିଶୁଣି ଧକ୍କା ଦେଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe